ସରଗରମ ସମ୍ବଲପୁର ବିଜେଡି ରାଜନୀତି
by Argus News
Thu, Apr 18 | 5:05 p.m.

ଅର୍ଗସ ବ୍ୟୁରୋ: ନବୀନଙ୍କର ଆୟତ୍ତରେ ନାହିଁ କି ବିଜେଡି ? କାରଣ ଦଳର ସୁପ୍ରିମୋଙ୍କର ନିଷ୍ପତ୍ତି ଶୀରଧାର୍ଯ୍ୟ ଥିଲା । ହେଲେ ଏବେ ସେକାଳ ପଖାଳ ନାହିଁ । କାରଣ ସମ୍ବଲପୁରରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ସିଧା ପହଞ୍ଚିଥିଲେ ନବୀନ ନିବାସରେ । ଖାଲି ପହଞ୍ଚିଲେ ତାହା ନୁହେଁ ବରଂ ସମ୍ବଲପୁରରୁ ସେ ଲଢିବେନି ବୋଲି କହିବା ସହ ରେଢାଖୋଲରୁ ପ୍ରାର୍ଥୀ ହେବା ନେଇ ଅଟଳ ରହିଥିଲେ । ଶେଷରେ ପ୍ରସନ୍ନଙ୍କ ଆଗରେ ମୁଣ୍ଡ ନୂଆଁଇଲା ବିଜେଡି । ମନପସନ୍ଦର ଆସନରୁ ଦେଲା ଟିକଟ ।

ସରଗରମ ସମ୍ବଲପୁର ବିଜେଡି ରାଜନୀତି । କାରଣ ଟିକଟ ପାଇବା ପରେ ବି ଖୁସି ନଥିଲେ ନେତା । ସେଇଥି ଲାଗି ତ ଘୋଷଣା ହେବା ପରେ ବି ବଦଳାଗଲା ପ୍ରାର୍ଥୀ । କୁହାଯାଉଛି ପ୍ରସନ୍ନଙ୍କ ଜିଦ୍ ଆଗରେ ହାର ମାନିଲା ଦଳ ? ପ୍ରସନ୍ନଙ୍କୁ ପ୍ରସନ୍ନ କରିବାକୁ ନିଷ୍ପତ୍ତି ବଦଳାଇଲା କି ବିଜେଡି ? ସମ୍ବଲପୁର ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଦେଲା ରେଢାଖୋଲ । ସମ୍ବଲପୁର ଗଲେ ରୋହିତ ପୂଜାରୀ। ପଶ୍ଚିମ ଓଡିଶାରେ ଏହି ଦୁଇ ଆସନରେ ଅଦଳବଦଳ ସମୀକରଣକୁ ନେଇ ଚର୍ଚ୍ଚା । କାରଣ ରେଢାଖୋଲ ପାଇଁ ଆଶାୟୀ ରହି ସଂଗଠନ କରୁଥିବା ପ୍ରସନ୍ନଙ୍କୁ ଦଳ ସମ୍ବଲପୁର ଟିକେଟ୍ ଦେବା ପରଠୁ ସେ ଅପ୍ରସନ୍ନ ଥିବା କୁହାଯାଉଥିଲା । ଏପରିକି ଗଲା ୧୨ ତାରିଖରେ ଏନେଇ ନବୀନ ନିବାସ ଯାଇ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ସେ ଟିକେଟ ଫେରାଉଥିବାର ବି ଚର୍ଚ୍ଚା ହେଉଥିଲା। ତେଣୁ ବାଧ୍ୟ ହୋଇ ଦଳ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଟିକଟକୁ ନେଇ ବିଜେଡିରେ କେଁ । କୁହାଯାଉଥିଲା କି, ପ୍ରସନ୍ନଙ୍କୁ ଯଦି ରେଢାଖୋଲରୁ ଦଳ ଟିକଟ ନଦେଇ ଥାଆନ୍ତା ତାହେଲେ ସେ ଦଳ ଛାଡିଥାଆନ୍ତେ । ହେଲେ ତାଙ୍କୁ ବିଜେଡି ଖୁସ୍ କରିଥିଲେ ବି ରେଢାଖୋଲରେ ପରବର୍ତ୍ତୀ ସମୀକରଣ କଣ ହେବ ତାକୁ ନେଇ ଚର୍ଚ୍ଚା। ପ୍ରସନ୍ନଙ୍କୁ ସହଯୋଗ କରିବେ ତ ରୋହିତଙ୍କ ଗୋଷ୍ଠୀ ? କାହିଁକିନା ରେଢ଼ାଖୋଲ ପାଇଁ ପ୍ରସନ୍ନ ଆଶାୟୀ ଥିବା ଚର୍ଚ୍ଚା ବେଳେ ରୋହିତ ତାଙ୍କୁ ସିଧାସଳଖ ବ୍ୟକ୍ତିଗତ ଆକ୍ଷେପ ବି କରିଥିଲେ । ଅନ୍ୟପଟେ ସମ୍ବଲପୁର ବିଧାନସଭାରେ ଗୋଳିଆ ସ୍ଥିତିରେ ଅଛି ବିଜେଡି। କାହିଁକି ନା ଟିକେଟ ଆଶାରେ ଥିବା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ସିଦ୍ଧାର୍ଥ ଦାସଙ୍କ ଗୋଷ୍ଠୀ ଏବେ ବିଦ୍ରୋହ ମୁଦ୍ରାରେ। ତେଣୁ ଏମିତି ସ୍ଥିତିରେ ସମ୍ବଲପୁରରୁ ରୋହିତ କେମିତି ଲଢିବେ ତାକୁ ନେଇ ବି ଚର୍ଚ୍ଚା ଜୋର ।

ମୋଟ୍‌ ଉପରେ ବିଜେଡି ଲାଗି ମହଙ୍ଗା ହେବ ସମ୍ବଲପୁର ଆସନ । କାରଣ ବିଜେପି ପ୍ରତି ସେଠାରେ ଅଭୂତ ପୂର୍ବ ସମର୍ଥନ ରହିଛି । ତେଣୁ ବିଜେଡି ସେଠାରେ ଯେତେ ରଣନୀତି ସ୍ଥିର କଲେବି ସଫଳ ହେବନି ବୋଲି ଚର୍ଚ୍ଚା ଭିତରେ ପ୍ରାର୍ଥୀ ଅଦଳ-ବଦଳକୁ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।
 

ଚୁଆପାଣି
9m ago
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
21m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ
BJD
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର