ଆସନ୍ତା ୧୫ରେ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ
by Argus News
Sun, Sep 08 | 11:28 a.m.

ଅର୍ଗସ ବ୍ୟୁରୋ: ଆସନ୍ତା ୧୫ରେ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡ଼ଖଣ୍ଡର ଟାଟା ନଗର ଓ ବ୍ରହ୍ମପୁର ମଧ୍ୟରେ ଦୌଡିବ ଏହି ଟ୍ରେନ୍। ଏଥିପାଇଁ ସମସ୍ତ ପ୍ରକ୍ରିୟା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ଏହି ଏକ୍ସପ୍ରେସ୍। ଟାଟା ନଗରରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୫୮୬ କିଲୋମିଟର ଦୂରତା ପାଖାପାଖି ୯ ଘଣ୍ଟାରେ ଅତିକ୍ରମ କରିବ। 

ଆଜି ଏହି ଟ୍ରେନର ପୂର୍ଣ୍ଣ ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଏହା ସକାଳ ୫ଟା ୨୦ରେ ଟାଟା ନଗରରୁ ବାହାରି ସକାଳ ୭ଟା ୪୩ ମିନିଟରେ ଯୋଡ଼ା ସହର ସ୍ଥିତ ବାଂଶପାଣି ରେଳ ଷ୍ଟେସନରେ ପହଞ୍ଚିଥିଲା। ଦୁଇ ମିନିଟର ରହଣି ପରେ ବାଂଶପାଣୀ ଷ୍ଟେସନ ଛାଡ଼ି ବ୍ରହ୍ମପୁର ଉଦ୍ଦେଶ୍ୟରେ ବାହାରିଥିଲା । ଏପଟେ ବନ୍ଦେ ଭାରତ ଚାଲିବା ନେଇ ଯୋଡ଼ା ବାସୀ ଖୁସି ବ୍ୟକ୍ତ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ପୋଲିସ ଡିଜି ଓ୍ବାଇବି
11m ago
ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ପୋଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଲା। ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର। ସୂଚନାଯୋଗ୍ୟ ଗତ ମାସରେ ପୁଲି
ଜମ୍ମୁ-କଶ୍ମୀର
33m ago
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ
ଅର୍ଗସ ବ୍ୟୁରୋ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧି
ରାଜଧାନୀରେ
56m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର