ବିବାହ ଦିନ ମହିଳା କର୍ମଚାରୀଙ୍କୁ ଅଫିସରୁ ଆସିଲା ଏପରି ମେଲ...
by Argus News
Tue, May 28 | 5:17 p.m.

ଅର୍ଗସ ବ୍ୟୁରୋ : କମ୍ପାନୀର କର୍ମଚାରୀ ଛଟେଇ କେଉଁ ମୁହୁର୍ତ୍ତରେ କେତେବେଳି ବି ହୋଇପାରେ । ହେଲେ ବିବାହ ଦିନ ଏପରି ମେସେଜ ଆସିବା ନିହାତି ନୈରାଶଜନକ । ଏପରି ଘଟଣା ଜଣେ ମହିଳା କର୍ମଚାରୀଙ୍କ ସହ ହୋଇଛି । ଯେଉଁ ମେସେଜକୁ ନେଇ ସେ ଖୁବ ରାଗିବା ସହ ଦୁଃଖିତ ଥିବା ଶେୟାର କରିଛନ୍ତି । ଇଂଲଣ୍ଡର ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ବିବାହ ଦିନ ବସଙ୍କ ପାଖରୁ ଏକ ମେଲ ଆସିଛି । ଯେଉଁ ମେଲ ତାଙ୍କ ବିବାହ ଭଳି ଖୁସି ଦିନକୁ ଖରାପ କରି ଦେଇଛି । ବିବାହର ବିଭିନ୍ନ ଉତ୍ସବକୁ ନେଇ ବ୍ୟସ୍ତ ଥିବା ବେଳଏ ତାଙ୍କ ବସ୍ ଙ୍କ ପାଖରୁ ଏକ ମେଲ ଆସିଥିଲା । ଯେଉଁଥିର ସେ ଲେଖିଥିଲେ, " ସମସ୍ତଙ୍କ ସହମତିରେ ଏପରି ନିଷ୍ପତ୍ତି ନିଆଯାଇଛି । ଆଜି ଆପଣଙ୍କ ପାଇଁ ଖୁବ ବଡ ଦିନ । ଏହି ଦିନରେ ଏପରି ମେସେଜ କରିଥିବାରୁ ଆମେ ଦୁଃଖିତ । ହେଲେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ । ଆଶା କରୁଛୁ ଆପଣ ଆହୁରି ଆଗକୁ ଯାଆନ୍ତୁ , ଏବଂ ଆପଣଙ୍କ ଜୀବନରେ ଉନ୍ନତି କରନ୍ତୁ ।" 

ଅଧିକ ପଢନ୍ତୁ : ଛାତ୍ରଙ୍କୁ ଚୁଟି ନକାଟିବା ପଡିଲା ମହଙ୍ଗା, ଭାଇରାଲ ହେଲା ଭିଡିଓ

ସେ ମହିଳା ଜଣକ କହିଛନ୍ତି, ପ୍ରଥମେ ସେ ବସଙ୍କ ମେଲ ଦେଖିନଥିଲେ , କାରଣ ବିବାହକୁ ନେଇ ଖୁବ ବ୍ୟସ୍ତ ଥିଲେ । ତାପରେ କିଛି ସମୟ ବସିବା ପରେ ଯେତେବେଳେ ନିଜ ଫୋନ ଦେଖିଲେ, ସେତେବେଳେ ତାଙ୍କୁ ଅନେକ ଆଗକୁ ଯିବା ପାଇଁ ଶୁଭେଚ୍ଛା ଜଣାଇଥିଲେ , ଏବଂ ଅଫିସର ସମସ୍ତ ଅଫିଯିଆଲ ହ୍ବାଟସପ ଗ୍ରୁପରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ଏହାପରେ ସେ ଯେତେବେଳେ ନିଜ ମେଲ ଚେକ କରିଥିଲେ, ତାଙ୍କ ବସଙ୍କର ଏପରି ମେଲ ଦେଖଇଥିଲେ । ଯେଉଁ ମେସେଜ ତାଙ୍କୁ ବେଶ ଦୁଃଖିତ କରିଥିଲା । ତେବେ ନିଜର ଟାର୍ଗେଟ ପୁରା କରି ପାରିନଥିବାରୁ ତାଙ୍କୁ କମ୍ପାନୀରୁ କଢା ଯାଇଥିବା ସେ କହିଥିଲେ ।


 

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
28m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା