ସପ୍ତଦଶ ଲୋକସଭାର ଶେଷ ଦିନରେ ସଂସଦରେ ରାମ ମନ୍ଦିର ଚର୍ଚ୍ଚା
by Argus News
Sat, Feb 10 | 8:31 p.m.

ଅର୍ଗସ ବ୍ୟୁରୋ: ପୂରଣ ହୋଇଛି ଶତାବ୍ଦୀର ସଂକଳ୍ପ ।  ବିଶ୍ବଗୁରୁ ମାର୍ଗରେ ଭାରତ । 17 ତମ ଲୋକସଭା ଅଧିବେଶନର ଶେଷ ଦିନରେ ଗୃହକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶ୍ରୀରାମଚନ୍ଦ୍ରଙ୍କୁ ଭାରତୀୟ ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କର୍ତ୍ତବ୍ୟନିଷ୍ଠା ପାଇଁ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଆସନ୍ତା 25 ବର୍ଷରେ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ସମସ୍ତଙ୍କୁ ଏତକାର ସୁତ୍ରରେ ବାନ୍ଧି ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମୀରରୁ ଧାରା 370 ଉଚ୍ଛେଦ, ଆଧୁନିକ ଟେକ୍ନୋଲୋଜିର ଉପଯୋଗ, ନାରୀ ସଶକ୍ତିକରଣ, ଅନୁସନ୍ଧାନକୁ ପ୍ରୋତ୍ସାହନ, ନ୍ୟାୟ ସଂହିତା ଲାଗୁ ପରି ବହୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏକବିଂଶ ଶତାବ୍ଦୀରେ ବିକାଶର ମାନଦଣ୍ଡକୁ ଦୃଷ୍ଟିରେ ରଖି ରିଫର୍ମ , ପରଫର୍ମ ଓ ଟ୍ରାନ୍ସଫର୍ମ ଦିଗରେ ଦେଶ ଆଗକୁ ବଢୁଥିବା କହିଛନ୍ତି ପିଏମ ମୋଦି । 

ସପ୍ତଦଶ ଲୋକସଭା ଅଧିବେଶନର ଶେଷ ଦିନରେ ଐତିହାସିକ ଶ୍ରୀରାମ ମନ୍ଦିର ନିର୍ମାଣ ଓ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଚର୍ଚ୍ଚା ହୋଇଛି । ଭାରତ ପାଇଁ 22 ଜାନୁଆରୀ ବିଶ୍ବଗୁରୁ ବନିବା ମାର୍ଗରେ ଅଗ୍ରସର ହେବାର ଦିବସ ଥିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜିବି ଯେଉଁମାନେ ଶ୍ରୀରାମଙ୍କ ବିନା ଭାରତର କଳ୍ପନା କରୁଛନ୍ତି, ସେମାନେ ଭାରତକୁ ଜାଣିନାହାନ୍ତି ବୋଲି ଚର୍ଚ୍ଚାକାଳରେ କହିଛନ୍ତି ଗୃହମନ୍ତ୍ରୀ । ଦେଶର 140 କୋଟି ଜନତାଙ୍କ ପକ୍ଷରୁ ଲୋକସଭା ବାଚସ୍ପତିଙ୍କ ସହ ସଂସଦକୁ ଧନ୍ୟବାଦ ଦେଇଛନ୍ତି ଶାହ । 

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହିତ ସପ୍ତଦଶ ଲୋକସଭାର କାର୍ଯ୍ୟ ସମାପନ ହୋଇଛି । ଚଳିତ ଅଧିବେଶନରେ 30ରୁ ଅଧିକ ବିଧେୟକ ପାରିତ ହୋଇ ନୂଆ ଭାରତର ସଂକେତ ଦେଇଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଦେଶବାସୀଙ୍କ 5 ଶହ ବର୍ଷର ପ୍ରତୀକ୍ଷା ପୂରଣ ହୋଇଛି । ସଂସଦରେ ମଧ୍ୟ ଜୟ ଶ୍ରୀରାମ ଧ୍ବନି ଗୁଞ୍ଜରିତ ହୋଇଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ