ସଂଘବଦ୍ଧ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ
by Argus News
Mon, Mar 18 | 1:30 p.m.

ଅର୍ଗସ ବ୍ୟୁରୋ: ସଂଘବଦ୍ଧ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଛି । ଏକତରଫା ପ୍ରେମରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନା ବନମାଳୀପୁର ଗାଁର ଅକ୍ଷୟ ମାଝିଙ୍କୁ  ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ ପରେ ଏକ ନିଛାଟିଆ ଜାଗାରେ ପକାଇ ଦେଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ପରେ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କର ମୁଣ୍ଡ, ହାତ, ଗୋଡ଼ ଏବଂ ଶରୀରର ବିଭିନ୍ନ ଜାଗାରେ ଗୁରୁତର ଆଘାତ ଲାଗିଥିଲା। ମୃତ ଅକ୍ଷୟଙ୍କ ପତ୍ନୀ ଶ୍ରାବଣୀ ମାଝୀ ଆଜି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SECOND
24m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
51m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
59m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ