ପୁଣି ଏକ ଦନ୍ତାହାତୀର ମୃତ୍ୟୁ
by Argus News
Mon, Jul 08 | 10:37 a.m.

ଖୋର୍ଦ୍ଧା: ରାଜ୍ୟରେ ହାତୀ ମୃତ୍ୟୁ ଧିରେ ଧରେ ବଢିବାରେ ଲାଗିଛି । ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ୍ ଡମଣଭୂଇଁ ଠାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଦୀର୍ଘଦିନ ହେବ ଏକ ହାତୀ ପଲ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜରେ ଘୁରି ବୁଲୁଛନ୍ତି । ହାତୀପଲ ମଧ୍ୟରୁ ଦୁଇଟି ହାତୀ ଗୋଠରୁ ବାହାରି ଏଣେ ତେଣେ ବୁଲୁଛନ୍ତି । ହାତୀକୁ ଘଉଡେଇବା ପାଇଁ ବନବିଭାଗ ଉଦ୍ୟମ କରୁଛି । ହେଲେ ହାତୀକୁ ଜଙ୍ଗଲ ମଧ୍ୟକୁ ତଡିବାରେ ବିଫଳ ହୋଇଛନ୍ତି । 

ଦନ୍ତାହାତୀଟି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସି ଡ଼ମଣଭୂଇଁ ଗାଁ ନିକଟରେ ମୃତ୍ୟୁ ବରଣ କରିଛି । ଦନ୍ତାହାତୀର ବୟସ ୪୦ବର୍ଷ ହେବା ନେଇ ଅନୁମାନ କରାଯାଉଛି । ଦନ୍ତାହାତୀଟି କିଭଳି ମୃତ୍ୟୁବରଣ କରିଛି ବନବିଭାଗ ସ୍ପଷ୍ଟ କରିନାହିଁ । ଇଲେକ୍ଟ୍ରି କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

INCIDENT
32m ago
ବିଶ୍ୱବିଦ୍ୟାଳୟ ରାଗିଂ, ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍
ମୁଖ୍ୟମନ୍ତ୍ରୀ
ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବ
ବେଆଇନ ମଦ
ବେଆଇନ ମଦ ବିରୋଧରେ ଶହଶହ ମହିଳାଙ୍କ ରାଲି
ଅର୍ଗସ ବ୍ୟୁରୋ : ବେଆଇନ ମଦ ବିରୋଧରେ ଗର୍ଜିଲେ ବରଗଡ଼ ସଦର ଖଲିଆପାଲି ଗାଁ ସ୍କୁଲ ପଡ଼ାର ଶହ ଶହ ମହିଳା । ଗାଁରେ ନିଶା ବନ୍ଦ୍ ଦାବି ନେଇ ହାତରେ ପ୍ଲାଗ କାର୍ଡ ଧରି ମହିଳାଙ୍କ ରାଲି।