ମହିଳାଙ୍କୁ ଛୁରାମାଡ, ୩ଜଣଙ୍କୁ କୋର୍ଟ ଚାଲାଣ
by Argus News
Sun, Jul 07 | 11:08 a.m.

ଅର୍ଗସ ବ୍ୟୁରୋ:  ମହିଳାଙ୍କୁ ଛୁରାମାଡ। ଏରସମା ଥାନା ଅନ୍ତର୍ଗତ ତଳକୁସୁମା ଗାଁରେ ମହିଳାଙ୍କୁ ଛୁରାମାଡ ଘଟଣାରେ ଆଜି ଏରସମା ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡିଛି ତଳକୁସୁମା ଗାଁର ସୁବୋଧ ସାହାଣୀଙ୍କ ଝିଅ ରିଙ୍କିନା ଗତ ୭ ବର୍ଷତଳେ କୋଠି ଗ୍ରାମର ମାଳସ ନାୟକଙ୍କୁ ବିବାହ କରିଥିଲେ। କୈାଣସି କାରଣରୁ ରିଙ୍କିନା ଓ ମାନସଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ରିଙ୍କିନା କିଛି ଦିନଧରି ବାପଘରେ ରହିଆସୁଥିଲେ।

ଏଥିନେଇ ଉଭୟ ପରିବାର ମଧ୍ୟରେ କଳହ ଲାଖି ରହିଥିଲା। ତେବେ ଗତ ୪ ତାରିଖ ରାତିରେ ରିଙ୍କିନାଙ୍କ ଖୁଡୁତାସୁର ବିଚିତ୍ର ନାୟକ, ଖୁଡି ଶାଶୁ କୁନି ଲତା ନାୟକ ଓ ତାଙ୍କ ପୁଅ ପ୍ରକାଶ ନାୟକ ରିଙ୍କିନାଙ୍କ ବାପଘର ତଳକୁସୁମା ଗ୍ରାମକୁ ଯାଇ, ଘରେ ପସି ରିଙ୍କିନାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।  ରିଙ୍କିନାଙ୍କ ମା' ଅଞ୍ଜନା ସାହାଣୀ ଏରସମା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ସହିତ ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ୍‌ ଲିକ୍
8m ago
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
36m ago
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
58m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ