ପୋଲିସଙ୍କୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ , ଥାନା ପରିସରରେ ଯୁବକଙ୍କୁ ଆକ୍ରମଣ
by Argus News
Sun, Feb 25 | 2:53 p.m.

ଭୁବନେଶ୍ବର :  ପୋଲିସଙ୍କୁ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ  । ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼.ଯୁବକଙ୍କୁ ଥାନା ଭିତରେ ମରଣାତ୍ମକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ପରିସରରେ । ଶନିବାର ରାତ୍ରି ପ୍ରାୟ ୧୦ଟା ରେ ମୁଦୁଲି ସାହିର ଚିତ୍ତ ରଞ୍ଜନ ମୁଦୁଲି ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ପୂର୍ବ ଶତୃତାରୁ ଚିତ୍ତରଞ୍ଜନଙ୍କୁ ଥାନା ନିକଟରେ ମାଡ଼ ମାରିଥିଲେ । ଚିତ୍ତ ରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡ଼ି ଆସିଥିଲେ । ମାତ୍ର ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟା ରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ । ତେବେ ପୋଲିସ୍ ୨ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛନ୍ତି । ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ଯାଇଛି ।

ଅଧିକ ପଢନ୍ତୁ : ହତ୍ୟା ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ, 2 ଜଣଙ୍କର ହୋଇସାରିଛି ମୃତ୍ୟୁ

ଏନେଇ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଢ଼ୀ କୁହନ୍ତି କେହି କାହାକୁ ଚିହ୍ନି ନାହଁନ୍ତି। ସମସ୍ତେ ନିଶାଶକ୍ତ ଅବସ୍ଥାରେ ରହିଥିଲେ. ତେଣୁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ସମୟରେ ଥାନାର ଉପରିସ୍ଥ ଅଧିକାରୀ କେଉଁଠି ଥିଲେ.ଥାନା ଭିତରେ ପସି ମାଡ଼ ମାରିବାକୁ ସାହସ ଦେଉଛି କିଏ । ତେବେ ତଦନ୍ତ ରେ ସିସିଟିଭି ଦ୍ୱାରା ସତ ଜଣା ପଡିବ । 
 

ILLEGAL MINING
23m ago
ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟ
SECOND
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ