ବିଜୁ ପରିବାର ଏବଂ ସ୍ୱାଭିମାନ ମଞ୍ଚ ତରଫରୁ ବାଇକ ରାଲି କରି ମନ୍ତ୍ରୀଙ୍କୁ ବିରୋଧ
by Argus News
Sun, Mar 17 | 10:33 a.m.

ଅର୍ଗସ ବ୍ୟୁରୋ: ଜୋର ଧରିଛି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ । ବିଜୁ ପରିବାର ଏବଂ ସ୍ବାଭିମାନ ମଞ୍ଚ ତରଫରୁ ବିରାଟ ବାଇକ ରାଲି କରି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି । ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ବରେ ନୂଆପଡ଼ା ସହରଠୁ ରାଲି ବାହାରି ଖରିଆର୍ ରୋଡ ସହରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପରେ ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ ବିଜୁ ପରିବାର ଏବଂ ନୂଆପଡ଼ା ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି ।

ନୂଆପଡ଼ା ବିଧାୟକ ତଥା ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ଦୁର୍ନୀତିର ଅଭିଯୋଗ ରହିଛି । ଯାହାକୁ ନେଇ ଗତ କିଛି ଦିନ ତଳେ ମନ୍ତ୍ରୀଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଦଳୀୟ ନେତା । ନିଜ ଦଳୀୟ ନେତା ବିଜୁ ପରିବାର ନାଁରେ ସାମ୍ବାଦିକ ସମ୍ମିଳନୀ କରି କରିଥିଲେ ବିଶୋଦଗାର । ପରେ ମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଦାବି କରି ନୂଆପଡ଼ା ବନ୍ଦ କରିଥିଲେ ସ୍ବାଭିମାନ ମଞ୍ଚର ସଦସ୍ୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ