କେନ୍ଦୁଝର ଜିଲ୍ଲାକୁ ୨୪ ଓ ୨୫ରେ ଅରେଞ୍ଜ ଓ ରେଡ ଆଲର୍ଟ
by Argus News
Tue, Oct 22 | 12:51 p.m.

ଅର୍ଗସ ବ୍ୟୁରୋ:  ସମ୍ଭାବ୍ୟ ବାତ୍ୟା ଦାନା ରେ ଜିରୋ କାଜୁଆଲିଟି ନିମନ୍ତେ ତୃଣମୂଳ ସ୍ତରରେ ଚାଲିଛି ପ୍ରସ୍ତୁତି। ବାତ୍ୟା କୁ ନେଇ କେନ୍ଦୁଝର ଜିଲ୍ଲା କୁ ୨୪ ତାରିଖ ରେ ଅରେଞ୍ଜ ଓ ୨୫ ତାରିଖରେ ରେଡ ଆଲର୍ଟ ଦିଆ ଯାଇଥିବା ବେଳେ ଏହାକୁ ସମ୍ମୁଖୀନ କରିବା ପାଇଁ ଚାଲିଛି ପ୍ରାକ ପ୍ରସ୍ତୁତି। ସାଧାରଣତଃ ଯଦି ବାତ୍ୟା ହୁଏ ତେବେ ହାଟଡିହି, ଘସିପୁରା ଓ ଆନନ୍ଦପୁର ଏହି ତିନୋଟି ବ୍ଲକ ରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲପାଳ ଙ୍କ ନିର୍ଦେଶ ଅନୁଯାୟୀ ହାଟଡିହି ବ୍ଲକ ରେ କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ, ଆନନ୍ଦପୁର ବ୍ଲକ ରେ ଅତିରିକ୍ତ ଜିଲ୍ଲାପାଳ ଓ ଘସିପୁରା ବ୍ଲକ ରେ ଆନନ୍ଦପୁର ଉପଜିଲ୍ଲାପାଳ ନୋଡାଲ ଅଫିସର ଭାବେ ଦାଇତ୍ୱ ଗ୍ରହଣ କରି ତହସିଲ, ବ୍ଲକ, ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନେଇ ବାତ୍ୟା ସମୟରେ କିଭଳି ଏହାକୁ ସମ୍ମୁଖୀନ କରିହେବ ତାକୁ ନେଇ ବୈଠକ ପରେ ବୈଠକ ଚାଲିଛି।

ତେବେ ହାଟଡିହି ବ୍ଲକର ତିନୋଟି ବାତ୍ୟା ଆଶ୍ରୟ ସ୍ଥଳ ସ୍ଥାନୀୟ ବିଡ଼ିଓ ବୁଲି ଦେଖିଥିବା ବେଳେ ଘସିପୁରା ବାତ୍ୟା ଆଶ୍ରୟ ସ୍ଥଳ ଉପଜିଲ୍ଲାପାଳଙ୍କ ନଜର ରେ ରହିଛି। ବର୍ଷା ପରିମାଣ ବଢିଲା ପରେ କଚ୍ଚା ଘର ସମେତ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା