ଓଡ଼ିଆ ଲୋକ ଭିତରେ ଥିବା ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ବଡ଼ କରିବା
by Argus News
Thu, Nov 02 | 5:45 p.m.

ଅର୍ଗସ ବ୍ୟୁରୋ : ଓଡ଼ିଆ ଲୋକ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଅଛି ଏବଂ ଏହି ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ଆଗାମୀ ଦିନରେ ବଡ କରିବାର ଦାୟିତ୍ୱ ନେବାକୁ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବୀ ଠାରେ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ । ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି । ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା । ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ମନ୍ଦିର ତିଆରି କରିଥିଲେ । ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ । ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି । ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀରର ପରିଚୟ ଦେଉଛି । ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି । ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି । ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତା ମାନଙ୍କୁ ସ୍ୱାଗତ କରାଯାଉଛି ।  

ଅଧିକ ପଢନ୍ତୁ : ୟୁଏଇରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ସନ୍ଥ କବି ଭୀମ ଭୋଇ ଲେଖିଥିବା ପଂକ୍ତି “ମୋ ଜୀବନ ପଛେ ନର୍କେ ପଡଥାଉ, ଜଗତ ଉଦ୍ଧାର ହେଉ”, କ୍ରାନ୍ତିକାରୀ ଲେଖା ଜଣେ ଓଡ଼ିଆ ହିଁ ଲେଖିଥିଲା । ତିର୍ତ୍ତୋଲରେ ମାଆ ଶାରଳାଙ୍କ ଘଟନୃତ୍ୟ ହେଉ କିମ୍ବା ଡାଲଖାଇ ନୃତ୍ୟ ଓ ଓଡ଼ିଆ ବ୍ୟଞ୍ଜନ ବଡିଚୁରା ଓ ଛଇଁଭଜା ଆମ ପାଇଁ ସବୁବେଳେ ଅନନ୍ୟ । ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂ ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଆମ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି । ଆଜିର ଦିନରେ ଓଡ଼ିଆ ଲୋକଙ୍କ ଅର୍ଗାନାଇଜ ପ୍ରୋସେସିଂ କରିବା ଦରକାର । ଭାରତକୁ ବଡ କରାଇବା ପାଇଁ ହେଲେ ଓଡ଼ିଶାକୁ ବଡ କରିବା ଦରକାର । ଭୀମ ଭୋଇରୁ ଡାଲଖାଇ ଏବଂ ଧର୍ମପଦରୁ ଉଦ୍ୟୋଗୀ ଦୁଇ ଭଉଣୀଙ୍କ ପର୍ଯ୍ୟନ୍ତ ଓଡ଼ିଶାକୁ ବଡ କରିବା ।   

ଶ୍ରୀ ପ୍ରଧାନ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ କାର୍ଯ୍ୟ ଦିବସରେ ବହୁସଂଖ୍ୟାରେ ଓଡ଼ିଆ ଲୋକମାନେ ଏଠାରେ ଉପସ୍ଥିତ ହେବା ଓଡ଼ିଶା ପ୍ରତି ପ୍ରତିବଦ୍ଧତା ଓ ଭଲପାଇବାର ପ୍ରତିଫଳନ । ଏହା ମୋ ପାଇଁ ବଡ ସମ୍ମାନ । ବିଦେଶରେ ଓଡ଼ିଆ ଲୋକଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦୁଇ ଗୁଣା ହୁଏ । ପ୍ରବାସୀ ଓଡ଼ିଆ ଲୋକମାନେ ୟୁଏଇରେ ରହି ଭାରତ ମଧ୍ୟରେ ସମ୍ପର୍କକୁ ବଢାଇବାର ଦାୟିତ୍ୱ ନେଇଛନ୍ତି । ୟୁଏଇର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଘନିଷ୍ଠତା କାରଣରୁ ୟୁଏଇରେ ମନ୍ଦିର ନିର୍ମାଣ ପାଇଁ ଜାଗା ମିଳୁଛି । ଏଠାରେ ଆଇଆଇଟି ଦିଲ୍ଲୀ ପରି ଅନୁଷ୍ଠାନ ଖୋଲିବା ସହ ସିବିଏସଇ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଉଛି । ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ସେଣ୍ଟର ଖୋଲାଯାଉଛି ।     

ୟୁଏଇରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ଅଭିଭାବକ ଭାବରେ ସେମାନଙ୍କ ପିଲାଙ୍କୁ ଓଡ଼ିଆରେ କଥାବାର୍ତ୍ତା କରିବା ପାଇଁ ସବୁବେଳେ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଆମ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ୱାଧୀନ ଭାରତ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି । ତେଣୁ ଆମେମାନେ ଓଡ଼ିଆତ୍ୱ ବଜାୟ ରଖିବା । ୨୦୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଓଡ଼ିଶାକୁ ଏକ ନମ୍ବର କରିବା ବୋଲି ସେ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ବଢୁଥିବା ଅର୍ଥନୀତି, ସ୍ୱଦେଶୀ ଭ୍ୟାକସିନ ପ୍ରସ୍ତୁତି, ଉର୍ଜା ବ୍ୟବହାର, ବଦଳୁଥିବା ଟେକ୍ନୋଲୋଜି, ୟୁପିଆଇ ପେମେଣ୍ଟ, ଦେଶବାସୀଙ୍କର ବଢୁଥିବା ଆକାଂକ୍ଷା ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ ।  

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବୀ ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କୁ ଭେଟିଥିଲେ । ବୈଠକରେ ଦୁଇ ଦେଶର ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ଉପରେ ଆଲୋଚନା ହୋଇଥିଲା । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପାଇଁ ସହଯୋଗ ପ୍ରଦାନ କରିଥିବାରୁ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ମଧ୍ୟ ପରିଦର୍ଶନ କରିଥିଲେ । ପୂର୍ବରୁ ଶ୍ରୀ ପ୍ରଧାନ ଜାଏଡ୍ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ଆଇଆଇଟି ଦିଲ୍ଲୀ –ଆବୁଧାବୀ କ୍ୟାମ୍ପସକୁ ଯାଇଥିଲେ ।  ଭାରତର ଶିକ୍ଷାକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର