ଧାନ କିଣାବିକା ଘୋଟଲା : "ବର୍ଷକୁ ଚାଷୀଙ୍କର ଲୁଟ ହେଉଛି ୫୦୦ କୋଟି ଟଙ୍କା"
by Argus News
Fri, Dec 08 | 5:22 p.m.

ଅର୍ଗସ ବ୍ୟୁରୋ :  ଧାନ କିଣାବିକାରେ ସବୁଠୁ ବଡ଼ ଘୋଟଲା ଓଡ଼ିଶାରେ ଚାଲିଛି । ବର୍ଷକୁ ପାଖାପାଖି 500 କୋଟି ଟଙ୍କା ଚାଷୀଙ୍କ ଅର୍ଥ ଲୁଟ ହେଉଛି । ମିଲର ଏବଂ ରାଜ୍ୟ ସରକାରଙ୍କ ମଧୂଚନ୍ଦ୍ରିକା କାରଣରେ ଲୁଟ ହେଉଛି ଚାଷୀଙ୍କ ଟଙ୍କା । ଆଗରୁ ଯେତେ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକୃତ କରୁଥିଲେ ଆରଆଇ ଏବଂ ତହସିଲଦାର ରିପୋର୍ଟ ଦେଇ ଧାନ ବିକ୍ରି କରୁଥିଲେ । କିନ୍ତୁ ସଦ୍ୟ ପ୍ରକାଶିତ ସାଟେଲାଇଟ ସର୍ଭେ ରିପୋର୍ଟରୁ ଆସିଛି ସାଙ୍ଘାତିକ ତଥ୍ୟ । ଧରା ପଡ଼ିଛି ମିଲର ଏବଂ ସରକାରଙ୍କ କାରସାଦି । କଟକ ଜିଲ୍ଲାରେ 52 ହାଜର 445 ପ୍ଲେଟରେ ସାଟେଲାଇଟ ସର୍ଭେ ହୋଇଥିବା ବେଳେ ମାତ୍ର 3 ହାଜର 270 ପ୍ଲଟରେ ଧାନ ଚାଷ ହୋଇଥିବା ଜଣା ପଡ଼ିଛି । ଅର୍ଥାତ 49 ହାଜର 175 ପ୍ଲଟରେ ଧାନ ଚାଷ ହୋଇନାହିଁ । କିନ୍ତୁ ଧାନ ଚାଷ ନକରି ଏହି ପ୍ଲଟ ପାଇଁ ପଞ୍ଜୀକରଣ କରିଥିବା ଚାଷୀ ମାନେ ଟୋକନ ପାଇବେ ।
 

ଆଉ ସେହି ଟୋକନ ମିଲର କିଣି ନେଇଯିବ । ମିଲର ଏହି ଟୋକନ୍ ଜରିଆରେ ମଣ୍ଡି ଖୋଲିବା ଆଗରୁ ଚାଷୀଙ୍କ ଠାରୁ ମାତ୍ରା 1200 ରୁ 1300 ଟଙ୍କାରେ କିଣିଥିବା ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି କରିବେ । ଅସାଧୁ ଉପାୟରେ ଧାନ ଚାଷ କରିନଥିବା ପଞ୍ଜୀକୃତ ଚାଷ ଜମି ପାଇଁ ମିଳିଥିବା ଟୋକନ ଜରିଆରେ ମିଲର ମାନେ ଧାନକୁ କଳାରୁ ଧଳା କରିବେ । ଏବେ ବି ମିଲର ମାନେ ମଣ୍ଡିରୁ ଯେତିକି ଧାନ ଉଠାଇଛନ୍ତି, ଯଦି ଓଡ଼ିଶା ସରକାର ଠିକ୍ ଉପାୟରେ ତଦନ୍ତ କଲେ ତାଠୁ ଢେର ଅଧିକ ମିଲରେ ଗଚ୍ଛିତ ଥିବା ଧାନ ଧରାପଡ଼ିଯିବ । ରାଜ୍ୟ ସରକାର, ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀ ଏବଂ ମିଲର ମାନଙ୍କ ମିଲି ଭଗତରେ ଓଡ଼ିଶାର ଚାଷୀଙ୍କୁ ଶୋଷଣ କରୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ ମିଲର ମାନଙ୍କୁ ବ୍ଯବହାର କରୁଛି ବିଜେଡ଼ି ସରକାର । 

ଅଧିକ ପଢନ୍ତୁ ଓଡିଶା ଖବର

BJP
46m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ