ସତ ମାନିଲା ପାକିସ୍ତାନ : ଭାରତ ଚଟାଇଥିଲା ଧୂଳି
by Argus News
Sun, Sep 08 | 7:43 p.m.

ଅର୍ଗସ ବ୍ୟୁରୋ : କଥାରେ ଅଛି ସତ ଦିନେ ନା ଦିନେ ସାମ୍ନାକୁ ଆସିବ । ଠିକ୍‌ ସେମିତି କିଛି ପାକିସ୍ତାନ କରିଛି । ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । କାରଣ ପ୍ରତିରକ୍ଷା ଦିବସରେ ପାକ୍‌ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି, କାର୍ଗିଲ ଯୁଦ୍ଧରେ ଶହଶହ ପାକ୍‌ ସୈନ୍ୟ ପ୍ରାଣବଳି ଦେଇଥିଲେ । କାରଣ ପୂର୍ବରୁ କେବେ ବି ପାକିସ୍ତାନର ସୈନ୍ୟ ନିହତ ହୋଇଥିବା କଥାକୁ ସର୍ବାସାଧାରଣ ସ୍ଥାନରେ ମାନିନଥିଲା ପାକିସ୍ତାନ । ଏବେ କିନ୍ତୁ ସମସ୍ତଙ୍କ ସାମ୍ନାରେ ଦୋଷ ସ୍ଵୀକାର କରିଥିବାରୁ ଚର୍ଚ୍ଚା ଜୋର ।

ଆମେ ସମସ୍ତେ ଜାଣନ୍ତି, ୧୯୯୯ରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସେନାର ଅନେକ ଯବାନ ମରିଥିଲେ ବି କେବେ ମାନିନଥିଲା । ହେଲେ ଏବେ ନିଜର ସମ୍ପୃକ୍ତିକୁ ପ୍ରଥମଥର ପାଇଁ ସର୍ବସାଧାରଣରେ ସ୍ୱୀକାର କରିଛି । ରାୱଲପିଣ୍ଡିରେ ଦେଶର ପ୍ରତିରକ୍ଷା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି ଯେ ୧୯୬୫, ୧୯୭୧ ଏବଂ କାର୍ଗିଲରେ ୧୯୯୯ରେ ହୋଇଥିବା ଯୁଦ୍ଧରେ ପାକ୍‌ ସେନାର ଅନେକ ଯବାନ ସହିଦ ହୋଇଥିଲେ । ୧୯୪୮, ୧୯୬୫, ୧୯୭୧ ହେଉ କିମ୍ବା ୧୯୯୯ କାର୍ଗିଲ ଯୁଦ୍ଧରେ ହଜାର ହଜାର ସୈନିକ ପାକିସ୍ତାନ ଓ ଇସଲାମ ପାଇଁ ପ୍ରାଣବଳି ଦେଇଛନ୍ତି ବୋଲି ସେନା ମୁଖ୍ୟଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି ।

ଭାରତ ସହ ଯେବେଯେବେ ପାକିସ୍ତାନ ଯୁଦ୍ଧ କରିଛି ପ୍ରତିଥର ଧୂଳି ଚାଟିଛି । ଖାସ କରି କାର୍ଗିଲରେ ପାକିସ୍ତାନର ଅବସ୍ଥା ଯାହା ହୋଇଥିଲା ତାହା ପୁରା ବିଶ୍ଵ ଜାଣିଛି । ହେଲେ ବି ପାକ୍‌ କେବେ ବି ସ୍ଵୀକାର କରୁନଥିଲା । ଲଦାଖରେ ପାଖାପାଖି ୩ ମାସର ଲଢ଼େଇ ପରେ ଟାଇଗର ହିଲ୍ ସମେତ ଅନୁପ୍ରବେଶକାରୀଙ୍କ କବ୍‌ଜାରେ ଥିବା ଅନ୍ୟ ସ୍ଥାନଗୁଡ଼ିକୁ ଭାରତୀୟ ସୈନିକମାନେ ସଫଳତାର ସହ ନିଜ ନିୟନ୍ତ୍ରଣକୁ ନେଇଥିଲେ । କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କାର୍ଗିଲ ସେକ୍ଟରରୁ ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ କହିଥିଲେ ।  ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ସହ ଲଢ଼େଇ କରି ସମୁଦାୟ ୫୪୫ ଜଣ ଯବାନ ସହିଦ ହୋଇଥିଲେ । କାର୍ଗିଲରେ ନିହତ ହୋଇଥିବା ପାକ୍‌ ସୈନିକଙ୍କ ମୃତଦେହକୁ ଗ୍ରହଣ କରିବାକୁ ପାକିସ୍ତାନ ସେନା ମନା କରିଦେଇଥିଲା । ତେବେ ପାକିସ୍ତାନୀ ଅଧିକାରୀଙ୍କ ମୃତଦେହକୁ ପାକ୍‌ କର୍ତ୍ତୃପକ୍ଷ ଗୁପ୍ତରେ ଭାରତକୁ ମାଗିଥିଲେ ବୋଲି ଜଣାପଡିଛି । ମୋଟ୍‌ ଉପରେ ପାକିସ୍ତାନ ଏବେ ସତ ମାନିଥିବାରୁ ଚର୍ଚ୍ଚା ଜୋର ।

 

ରାଜଧାନୀରେ
13m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର
ରାଜ୍ୟରେ
31m ago
ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂ
ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର