ପାକିସ୍ତାନ କ୍ରିକେଟ୍‌ରେ ହଲଚଲ: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର
by Argus News
Wed, Oct 02 | 3:26 p.m.

ଅର୍ଗସ ବ୍ୟୁରୋ: ପାକିସ୍ତାନ କ୍ରିକେଟରେ ହଲଚଲ। ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ପାକିସ୍ତାନ ଦଳକୁ ଝଟକା ଲାଗିଛି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର ଅଧିନାୟକ ଥିଲେ। ଏହା ପୂର୍ବରୁ ମଧ୍ୟ ସେ ଥରେ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ଅଧିନାୟକ କରାଯାଇଥିଲା। ଏଥର ବାବର ‘କାର୍ଯ୍ୟଭାର’ ଦର୍ଶାଇ ପାକିସ୍ତାନର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ସେ ତାଙ୍କ ବ୍ୟାଟିଂରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

 

ବୁଧବାର ବାବର ଫ୍ୟାନ୍ସଙ୍କ ସହ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଖବର ଶେୟାର କରିଛନ୍ତି। ବାବର ସୋସିଆଲ ମିଡିଆରେ ଲେଖିଛନ୍ତି, ପ୍ରିୟ ପ୍ରଶଂସକଗଣ, ମୁଁ ଆଜି ଆପଣଙ୍କ ସହ କିଛି ଖବର ବାଣ୍ଟୁଛି। ମୁଁ ପାକିସ୍ତାନ ପୁରୁଷ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏହି ଦଳର ଅଧିନାୟକ ହେବା ଏକ ଗୌରବର ବିଷୟ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଏହି ପଦରୁ ଇସ୍ତଫା ଦେବା ଏବଂ ମୋର ଖେଳକୁ ଧ୍ୟାନ ଦେବା ପାଇଁ ସମୟ ଆସିଛି। ମୋର ପ୍ରଦର୍ଶନକୁ ପ୍ରାଥମିକତା ଦେବା ଏବେ ମୋର କାମ। ମୋର ବ୍ୟାଟିଂକୁ ଉପଭୋଗ କରିବାକୁ ଏବଂ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି, ଯାହା ମୋତେ ଖୁସି ଦିଏ।

ବର୍ଷେ ମଧ୍ୟରେ ଅଧିନାୟକତ୍ୱରୁ ଏହା ବାବର ଆଜମଙ୍କର ଦ୍ୱିତୀୟ ଇସ୍ତଫା। ଏହାପୂର୍ବରୁ ସେ ଦିନିକିଆ ବିଶ୍ୱକପ ୨୦୨୩ ପରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଦିନିକିଆ ବିଶ୍ୱକପ ପରେ ବାବର ନଭେମ୍ବର ୧୫, ୨୦୨୩ରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ବାବର ପାକିସ୍ତାନ ପାଇଁ ତିନୋଟି ଫର୍ମାଟର ଅଧିନାୟକ ଥିଲେ। ଏହା ପାକିସ୍ତାନ ଦଳ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏବେ କିଏ ହେବ କ୍ୟାପଟେନ ନା' ପୁଣି ଥରେ ବାବର କ୍ୟାପଟେନ୍ସି ଦାୟିତ୍ବ ନେବାକୁ ମାନିଯିବେ। ତାହା ଖୁବଶୀଘ୍ର ଜଣାପଡ଼ିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

VILLAGE
4m ago
ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା
ଅର୍ଗସ ବ୍ୟୁରୋ: ନା ଅଛି ପକ୍କା ରାସ୍ତାର ସୁବିଧା ନା ମୁଣ୍ଡ ଉପରେ ଅଛି ପକ୍କା ଘରର ବ୍ୟବସ୍ଥା। ସରକାରୀ ଯୋଜନା ଏଠି ଉପହାସ । ରାୟଗଡା ପଦ୍ମପୁର ବ୍ଳକ ନାଇରା ପଂଚାୟତ କିମ୍ବାଝୁଲ
ସୂରଜ ସୂର୍ଯ୍ୟବଂଶୀ
6m ago
କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ, ସରଜମିନ ତଦନ୍ତ କଲେ ସୂରଜ ସୂର୍ଯ୍ୟବଂଶୀ
କେନ୍ଦୁଝର: କେନ୍ଦୁଝରରେ ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ । ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କେନ୍ଦୁଝର ଆସି ସଦର ବ୍ଳକ ରାଙ୍କିଠାରେ ପ୍ରସ୍ତାବିତ ଷ୍ଟାଡ଼ିୟମର ସର ଜମିନ ତଦନ୍
କୋଲକାତା ଲଜ୍ଜା
12m ago
କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇଲେ ଜୁନିୟର ଡାକ୍ତର,ବଢିଲା ଦିଦିଙ୍କ ଟେନସନ
ଅର୍ଗସ ବ୍ୟୁରୋ:ମମତାଙ୍କୁ ଦିଶୁନି ବୁଦ୍ଧିବାଟ,ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର,କିଛି ଦିନର ବିରାମ ପରେ ଆରମ୍ଭ ହୋଇଛି ନ୍ୟାୟ ପାଇଁ ଲଢେଇ,ସରୁନି ଲୁଚକାଳି ଖେଳ