ମୌଳିକ ସୁବିଧାରୁ ବଞ୍ଚିତ କିମ୍ବାଝୁଲା ଓ ଡ଼େରିଙ୍ଗାଗୁଡା
by Argus News
Wed, Oct 02 | 5:53 p.m.

ଅର୍ଗସ ବ୍ୟୁରୋ:  ନା ଅଛି ପକ୍କା ରାସ୍ତାର ସୁବିଧା ନା ମୁଣ୍ଡ ଉପରେ ଅଛି ପକ୍କା ଘରର ବ୍ୟବସ୍ଥା। ସରକାରୀ ଯୋଜନା ଏଠି ଉପହାସ । ରାୟଗଡା ପଦ୍ମପୁର ବ୍ଳକ ନାଇରା ପଂଚାୟତ କିମ୍ବାଝୁଲା ଗାଁର। ଗାଁ କୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। କାଦୁଅ ପଚପଚ ରାସ୍ତାରେ ଚାଲିକି ଯିବା କଷ୍ଟକର । ଗ୍ରୀଷ୍ମ ଋତୁରେ ଯେମିତି ସେମିତି  ଚଳିଯାଏ କିନ୍ତୁ ବର୍ଷା ଦିନେ ସ୍ଥିତି ଦୟନୀୟ । ଏହି ରାସ୍ତା ୩ଟି ଗାଁ ପାଇଁ ଲାଇଫ୍ ଲାଇନ୍। ଏହା ଉପରେ ନିର୍ଭର କରନ୍ତି କିମ୍ବାଝୁଲା ଗାଁର ପ୍ରାୟ 3୦ ରୁ ଅଧିକ ପରିବାର।  ମାତ୍ର ରାସ୍ତା ନଥିବାରୁ ଏକ ପ୍ରକାର ବନ୍ଦି ଜୀବନ ବିତାଉଛନ୍ତି ଗ୍ରାମବାସୀ।

କେବଳ ସମସ୍ୟା ରାସ୍ତା ମଧ୍ୟରେ ସୀମିତ ନୁହେଁ । ଗାଁରେ ରହୁଥିବା ଅନେକ ଗରିବ ଆଦିବାସୀ ପରିବାର ଆବାସ ଯୋଜନାରୁ ବଞ୍ଚିତ । ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ପକ୍କାଘର। ଆବାସ ଯୋଜନା ଏଠି ପାଲଟିଛି ସାତସପନ। ଦୀର୍ଘ ବର୍ଷ ହେବ ଝାଟି ମାଟିର ପଲିଥିନ ଘୋଡା କୁଡ଼ିଆରେ ବିତୁଛି ଜୀବନ। ଗାଁ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ନେତାମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନି। ବିଗତ ସରକାର ନେତା ମନ୍ତ୍ରୀ ଙ୍କୁ ଅନେକ ଗୁହାରି ପରେ ମଧ୍ୟ ସ୍ଥିତି ସୁଧୁରି ନାହିଁ।  ଏବେ ସରକାର ବଦଳିଛି , ନୂଆ ସରକାରଙ୍କ ନିକଟରେ ଆଶା ବାନ୍ଧିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SPEED 10
22m ago
Speed 10 : ବ୍ରେକିଂ ନ୍ୟୁଜ୍‌ ଜାଣିବା ଲାଗି କରନ୍ତୁ ସ୍କ୍ରୋଲ
ଅର୍ଗସ ବ୍ୟୁରୋ: ଶୁକ୍ରଯାନ-୧ ପାଇଁ ତାରିଖ ଘୋଷଣା । ପ୍ରଥମ ଶୁକ୍ର ମିଶନ ପାଇଁ ତାରିଖ ଘୋଷଣା କଲା ଇସ୍ରୋ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି। ଏହାର ପ୍ରଭାବରେ ୪ ତାରିଖ ବେଳକ
WORK PRESSURE
25m ago
ପ୍ରାଇଭେଟ୍‌ କମ୍ପାନୀରେ ସାଙ୍ଘାତିକ ପ୍ରେସର, ଜଣଙ୍କ ପରେ ଜଣେ ହାରୁଛନ୍ତି ଜୀବନ !
ଅର୍ଗସ ବ୍ୟୁରୋ: ୱାକ୍‌ ପ୍ରେସର ଲାଗି ଜଣେ କେବେ ଆତ୍ମହତ୍ୟା କରିପାରେ କି ? ଏ ପ୍ରଶ୍ନ ଆମେ ଏଇଥି ଲାଗି ପଚାରିଲୁ କାରଣ ବିଗତ ଦିନରେ ବାରମ୍ବାର ଏମିତି ଘଟଣା ସାମ୍ନାକୁ ଆସୁଛି
AMERICA
28m ago
ଇସ୍ରାଏଲ ଉପରେ ଇରାନର ଆଟାକ୍‌ : ଆମେରିକା କହିଲା ସ୍ଥିତି ଭୟଙ୍କର ହେବ
ଅର୍ଗସ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସଙ୍ଗୀନ ହେଲାଣି । ଇସ୍ରାଏଲର ଭୟଙ୍କର ଆକ୍ରମଣ ପରେ ଇରାନ ଗତକାଲି ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି । ଅବଶ୍ୟ ଇସ୍ରାଏଲ ଆକାଶ ମାର୍ଗର