ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ
by Argus News
Sat, Sep 28 | 6:54 p.m.

ଅର୍ଗସ ବ୍ୟୁରୋ: କଶ୍ମୀର ପାଇଁ ପାଗଳ ହୋଇଗଲାଣି ପାକିସ୍ତାନ । ଗୋଟିଏ ପଟେ ପିଓକେ ଅଂଚଳର ଲୋକେ ପାକିସ୍ତାନକୁ ବିରୋଧ କରି ଜମ୍ମୁରେ ମିଶିବା ପାଇଁ କହିଲେଣି । ଏମିତିକି ଜମ୍ମୁ ବିଧାନସଭାରେ ଭୋଟ୍‌ ଦେବାକୁ ବି କହିଲେଣି । ସେପଟେ ମିଳିତ ଜାତିସଂଘରେ ପାକିସ୍ତାନ କହୁଛି କାଶ୍ମୀରରେ କୁଆଡ଼େ ଭାରତ ଅତ୍ୟାଚାର କରୁଛି । ଯାହା ହାସ୍ୟାସ୍ପଦ । କଥା ହେଲା ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ଦୋହଲିଯାଇଛି । ଲୋକେ ଠିକ୍‌ରେ ଖାଇବାକୁ ବି ପାଉନାହାନ୍ତି । ଏହାରି ଭିତରେ ଦେଶରେ କେମିତି ଜନତା ଶାନ୍ତିରେ ରହିବେ ସେନେଇ ଚିନ୍ତା ନକରି ଭାରତ କଣ କରୁଛି କଣ ନାହିଁ ଚିନ୍ତା କରୁଥିବାରୁ ବିଦେଶରେ ବି ପାକିସ୍ତାନକୁ ନିନ୍ଦିତ ହେବାକୁ ପଡ଼ିଛି ।

ପୁଣି ଥରେ ଜାତିସଂଘରେ ନିଜେ ନିଜର ଗୁମର ଖୋଲିଲା ପାକିସ୍ତାନ । ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ନିଜକୁ ବିବାଦ ଭିତରକୁ ଟାଣି ନେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ପାକ୍‌ ପିଏମ ଶେହବାଜ ସରିଫ୍ କହିଛନ୍ତି, କଶ୍ମୀରରେ ଭାରତର ଅତ୍ୟାଚାର ଜାରି ରହିଛି । ସେଠାକାର ଲୋକମାନେ ନିଜ ସ୍ଵାଧୀନତା ଓ ଆତ୍ମ ନିୟନ୍ତ୍ରଣ ଅଧିକାର ପାଇଁ ଲଢୁଛନ୍ତି । ଜମ୍ମୁ-କଶ୍ମୀରବାସୀ ଶାନ୍ତି ଚାହୁଁଛନ୍ତି । କିନ୍ତୁ ଶାନ୍ତି ଆଡ଼କୁ ଗତି କରିବା ପରିବର୍ତ୍ତେ ଭାରତ କଶ୍ମୀରରେ ଜାତିସଂଘ ସଂକଳ୍ପ ପାଳନ କରିବାକୁ ଦେଉନାହିଁ । ଏହି ଅବସରରେ ସରିଫ ୨୦୧୯, ଅଗଷ୍ଟ ୫ରେ ହୋଇଥିବା ଧାରା ୩୭୦ ପ୍ରତ୍ୟାହାର ପ୍ରସଙ୍ଗ ବି ଉଠାଇଥିଲେ । କଶ୍ମୀରରେ ଭାରତୀୟ ସେନାର ୯ ଲକ୍ଷ ସୈନିକ ରହି କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସେ ଦାବି କରିଛନ୍ତି ।

ଦେଶରେ ସରକାର ବଦଳିବା ପରେ ପାକିସ୍ତାନ ଚିନ୍ତାରେ ।  କାରଣ ଶତ୍ରୁକୁ ଶତ୍ରୁ ଭାଷାରେ ହିଁ ଜବାବ ଦିଆଯିବ ବୋଲି ମୋଦି ସରକାର ସ୍ପଷ୍ଟ କରିଛନ୍ତି । ପୂର୍ବରୁ ପାକିସ୍ତାନ ମନମାନିକୁ କଂଗ୍ରେସ ହଜମ କରୁଥିବାରୁ ଭାରତକୁ ସବୁବେଳେ ଦୋଷାରୋପର କରିବା ପାକିସ୍ତାନର ପୁରୁଣା ଅଭ୍ୟାସ । ହେଲେ ଏବେ ଭାରତ ପାକିସ୍ତାନ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିହ୍ନ କରିବା ପରେ ବିଳିବିଳାଉଛି ପାକିସ୍ତାନ । ତେଣୁ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ଓ କୂଟନୈତିକ ସମ୍ପର୍କକୁ ସ୍ୱାଭାବିକ କରିବା ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ । ସ୍ଥାୟୀ ଶାନ୍ତି ପାଇଁ ଭାରତ ଅଗଷ୍ଟ ୫, ୨୦୧୯ରେ ନିଆଯାଇଥିବା ଏକତରଫା ଏବଂ ବେଆଇନ ପଦକ୍ଷେପକୁ ପ୍ରତ୍ୟାହାର କରିବା ଉଚିତ ଏବଂ ଜାତିସଂଘ ନିରାପତ୍ତା ପରିଷଦ ପ୍ରସ୍ତାବ ଏବଂ କାଶ୍ମୀରବାସୀଙ୍କ ଆକାଂକ୍ଷା ଅନୁଯାୟୀ ଜମ୍ମୁ-କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରିବା ଉଚିତ । ସେପଟେ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି । କହିଛି, ପାକିସ୍ତାନ ବର୍ତ୍ତମାନ ନୁହେଁ ଅତୀତରେ ହିଁ ବଞ୍ଚିଛି । ତେବେ ଆଗାମୀ ଦିନରେ ପାକିସ୍ତାନର ଅବସ୍ଥା କେତେ ସଙ୍ଗୀନ ହେଉଛି ତାହା ଦେଖିବାକୁ ବାକି ରହିଲା ।

 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ