ଗୁଜୁରାଟ ସୀମାରେ ପାକିସ୍ତାନୀ ବୋଟ୍, ବୋଟରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ ଜବତ
by Argus News
Wed, Mar 13 | 6:50 p.m.

ଅର୍ଗସ ବ୍ୟୁରୋ : ପୁଣି ଗୁଜୁରାଟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ବୋଟ୍ । ଏବଂ ବୋଟରି ମିଳିଲା ୫ଶହ କୋଟି ଟଙ୍କାର ନିଶାଦ୍ରବ୍ୟ । ସମୁଦ୍ରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ପାକିସ୍ତାନୀ ବୋଟକୁ ଧରିଛି କୋଷ୍ଟଗାର୍ଡ। ଭାରତୀୟ କୋଷ୍ଟଗାର୍ଡକୁ ଦେଖିବା ମାତ୍ରେ ଖସି ଯିବାକୁ ଉଦ୍ୟମ କରିଥିଲା ପାକିସ୍ତାନୀ ବୋଟ। ଡଙ୍ଗାରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ କାବୁ କରିଥିଲେ।

ସୂଚନା ଅନୁଯାୟୀ, ବୋଟରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ  ଜବତ ହୋଇଛି । ଆରବ ସାଗରରେ ପାଟ୍ରୋଲିଂ ବେଳେ ପାକିସ୍ତାନୀ ବୋଟକୁ ଠାବ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ। ଅପରେସନରେ ତଟରକ୍ଷୀ ବାହିନୀ ସହ ଏନସିବି ଓ ଗୁଜରାଟ  ପୋଲିସର ଆତଙ୍କୀ ନିରୋଧ ସ୍କ୍ୱାଡ ସାମିଲ ହୋଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ସନ୍ଦିଗ୍ଧ ବୋଟକୁ ଠାବ କରିବା ଡୋର୍ନିଅର ଏୟାରକ୍ରାଫ୍ଟ ମଧ୍ୟ ନିୟୋଜିତ ହୋଇଥିଲା ବଡ଼ଧରଣର ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସନ୍ଦେହ ବଢିବାରୁ ଡଙ୍ଗାକୁ ଜବତ କରିଥିଲା କୋଷ୍ଟ ଗାର୍ଡ । ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଟରକ୍ଷୀ ବାହିନୀ ସୂଚନା ଦେଇଛନ୍ତି ।

ଭାଗ୍ୟ ଚମକିବ
18m ago
ଜାଣନ୍ତୁ କେଉଁ ଆଙ୍ଗୁଠିରେ  କେଉଁ ଧାତୁ ମୁଦି ପିନ୍ଧିଲେ ଭାଗ୍ୟ ଚମକିବ
ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଙ୍ଗୁଠିରେ ରତ୍ନ ପିନ୍ଧିବା ଦ୍ୱାରା ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ। କିଛି ଲୋକଙ୍କୁ ରତ୍ନ ଏବଂ ଧାତୁ ରେ ଗଢ
HEALTH
26m ago
ସକାଳେ ଖାଲି ପେଟରେ ହଳଦୀ ଚା ପିଅନ୍ତୁ, ଓଜନ ବୃଦ୍ଧିକୁ ନିୟନ୍ତ୍ରଣରେ ରଖନ୍ତୁ
ଅର୍ଗସ ବ୍ୟୁରୋ: ସକାଳେ ଖାଲି ପେଟରେ ହଳଦୀ ଚା ପିଅନ୍ତୁ, ଓଜନ ବୃଦ୍ଧିକୁ ନିୟନ୍ତ୍ରଣରେ ରଖନ୍ତୁ ଖାଲି ସେତିକି ନୁହେଁ ଏହି ରୋଗଗୁଡିକ ମଧ୍ୟ ଦୂର ହୋଇଯିବ ।ହଳଦୀ ଓଷଧୀୟ ଗୁଣରେ ଭରପୂର
HOME
51m ago
ତେବେ ଏହି ଟିପ୍ସ ଆପଣାନ୍ତୁ ...
ଅର୍ଗସ ବ୍ୟୁରୋ: ସମସ୍ତଙ୍କ ଘରେ ମଶା,ମାଛି, ଝିଟିପିଟି ରହିଥାନ୍ତି ।ଏମାନଙ୍କର ରହିବା ଦ୍ଵାରା ଘର ଅପରିଷ୍କାର ହୋଇଥାଏ । ତାହା ସହ ପିଲାମାନଙ୍କ ପ୍ରତି ମଧ୍ୟ ଅନେକ ବିପଦ ଥାଏ ।ମଶା,ମାଛି