ପଦାରେ ପଡିଲା ପାଣ୍ଡିଆନଙ୍କ ମିଛ
by Argus News
Thu, May 09 | 11:28 a.m.

ଅର୍ଗସ ବ୍ୟୁରୋ:  ପୁଣି ପଦାରେ ପଡିଲା ବିଜେଡି ନେତା ପାଣ୍ଡିଆନଙ୍କ ମିଛ । ମିଛରେ ସେ ମାଷ୍ଟ୍ରି କରିଥିବା ଅଭିଯୋଗ ହୋଇଛି । ପଦ୍ମପୁର ନିର୍ବାଚନୀ ସଭାରେ ସେ କହିଛନ୍ତି, ଲୋକ ଲଗାଇ ହାଇକୋର୍ଟରେ କେଶ କରାଇଛନ୍ତି ବିରୋଧୀ। ଏପରିକି ପଦ୍ମପୁର ଜିଲ୍ଲା ମାନ୍ୟତା ନ ପାଇବା ପାଇଁ ବିରୋଧୀଙ୍କୁ ସେ ଦାୟୀ କରିଛନ୍ତି । ପୂର୍ବରୁ କିନ୍ତୁ ମନ୍ତ୍ରୀ ଟୁକୁନି ସାହୁ ନିଜ ମୁହଁରେ ମାନିଥିଲେ,  ସେ ପଦ୍ମପୁରକୁ ଜିଲ୍ଲା କରାଇ ଦେବେ ନାହିଁ ।

ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ନ ମିଳିବା ପଛର ଗୁମୁର ଖୋଲିଥିଲେ ମନ୍ତ୍ରୀ ଟୁକୁନି ସାହୁ । ସେ କହିଥିଲେ, ଯେଉଁଦିନ ପଦ୍ମପୁର ନୂଆ ଜିଲ୍ଲା ମାନ୍ୟତା ପାଇଥାନ୍ତା ସେହି ଦିନ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଇସ୍ତଫା ପତ୍ର ପଠେଇ ଦେଇ ଥାନ୍ତି । ଟିଟାଲାଗଡ଼ କୁ ଛାଡି ରାଜ୍ୟରେ ଗୋଟେ ବି ନୂଆ ଜିଲ୍ଲା ହୋଇଥିଲେ ମୁଁ ଇସ୍ତଫା ପ୍ରଥମେ ଦେଇଥାନ୍ତି ବୋଲି କହିଥିଲେ ଟୁକୁନି । ପଦ୍ମପୁର ନିର୍ବାଚନ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଦୃଢ ପ୍ରତିଶ୍ରୁତି  ଦେଇଥିଲେ । 2023 ମସିହା ସରିବା ପୂର୍ବରୁ ପଦ୍ମପୁର ପାଇବ ଜିଲ୍ଲା ମାନ୍ୟତା ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

MODI
1m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
20m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ
PM
33m ago
ଶ୍ରୀଜିଉଙ୍କୁ ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳ