ସୀମା ଟପିଲେ ସମ୍ବିତ ! କହିଲେ, ୨ ଘଂଟାରେ ବନ୍ଦ କରିଦେବୁ ପାରାଦ୍ଵୀପ ପୋର୍ଟ...ହେଲେ କାହିଁକି ?
by Argus News
Wed, Nov 29 | 7:35 p.m.

ଅର୍ଗସ ବ୍ୟୁରୋ : ପୁଣି ସୀମା ଟପିଲେ ପାରାଦ୍ଵୀର ବିଜେଡି ବିଧାୟକ ସମ୍ବିତ ରାଉତରାୟ । ସିଧାସିଧା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଦୋଷ ଲଦିଲେ । ଏମିତିକି ପୋର୍ଟର କାମ କୁଆଡ଼େ ସ୍ଥାନୀୟ ଠିକାଦାର ପାଉନାହାନ୍ତି ବିଜେପି କଂଟ୍ରାକ୍ଟର ପାଉଛନ୍ତି ବୋଲି ଅଭିଯୋଗ ଆଣିଲେ । ରାଷ୍ଟ୍ରପତି ଦେଇଥିବା ଭାଷଣକୁ ବି ସମାଲୋଚନା କଲେ । କହିଲେ ବୋଧହୁଏ ତାଙ୍କୁ ଯିଏ ଲେଖିକି ଭାଷଣ ଦେଇଛି ସିଏ ହିଁ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛି ବୋଲି କହିଥିଲେ ସମ୍ବିତ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣଙ୍କ ଉପରେ ପ୍ରଶ୍ନ ଉଠାଇଥିବାରୁ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି ।

ମୋଦି ସରକାର ଅମଳରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି । ଅନୁଦାନ ବି ବଢିଛି । ହେଲେ ବି ପ୍ରତି ମୁହୂର୍ତ୍ତରେ ନିଜର ଅପାରଗତା ଓ ଦୋଷ ଦୁର୍ବଳତାକୁ ଲୁଚାଇବାକୁ କେନ୍ଦ୍ର ସରକାରଙ୍କ ନାଁରେ ମିଛ ପ୍ରଚାର କରିବାକୁ ପଛାଉ ନାହାନ୍ତି ବିଜେଡି ନେତା । ଜାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବିତଙ୍କ କ୍ଷେତ୍ରରେ ।  

ତେବେ ପାରାଦ୍ଵୀପ ପୋର୍ଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ କହିଥିଲେ ଯଦି ରାଜ୍ୟ ସରକାର ସଠିକ୍‌ ଭାବରେ ସହଯୋଗ କରନ୍ତେ ବିକାଶ ଆହୁରି ହୁଅନ୍ତା । ବାସ୍‌ ଏତିକି କଥାରେ ରକ୍ତଚାଉଳ ଚୋବାଇଥିଲେ ସମ୍ବିତ । କହିଥିଲେ, ପୋର୍ଟକୁ ଅଚଳ କରିଦେବୁ । ଆମେ ଯଦି ରାସ୍ତାକୁ ଓହ୍ଲାଇବୁ ଘଣ୍ଟାକରେ ପାରାଦ୍ଵୀପ ଅଚଳ କରିଦେବୁ । ସେତେବେଳେ ଶ୍ରୀପଦ ନାୟକ ନଥିବେ କି କେହି ନଥିବେ କହିବାକୁ ବି ପଛାଇଲେ ନାହିଁ ।’ ତେବେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏମିତି ହୀନ ମନ୍ତବ୍ୟ ପୁଣି ଶାସକ ଦଳର ନେତା ଦେଇଥିବାରୁ ତାହାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ପାରାଦ୍ଵୀପରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ ଅଭିଭାଷଣ ବି ରଖିଥିଲେ । ହେଲେ ପୋର୍ଟ ତିଆରି କରିଛନ୍ତି ବିଜୁବାବୁ, ତାଙ୍କର ଅବଦାନ ଅନେକ । ରାଷ୍ଟ୍ରପତି ତାଙ୍କ ବିଷୟରେ ପଦେ ବି ନକହିବା ସଂପୂର୍ଣ୍ଣ ରାଜନୈତିକ । ସେ ଯେଉଁ ଭାଷଣ ପଢୁଥିଲେ, ବୋଧହୁଏ ଲେଖା ହୋଇ ଦିଆଯାଇଥିଲା । ଭାଷଣରେ ବୋଧହୁଏ ବିଜୁ ବାବୁଙ୍କ କଥା ନଲେଖିବା ପାଇଁ କୁହାଯାଇଥିଲା ବୋଲି କହିଛନ୍ତି ସମ୍ବିତ ରାଉତରାଏ । ତେବେ ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ସମ୍ବିତ କାହିଁକି ଏମିତି ପ୍ରତିକ୍ରିୟା ଦେଲେ ସେନେଇ ତାଙ୍କର କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ