ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା, ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ
by Argus News
Wed, Apr 03 | 2:46 p.m.

ଅର୍ଗସ ବ୍ୟୁରୋ:  ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା । ଅଭିଯୁକ୍ତ ନାବାଳକର ଆବେଦନକୁ ବିଚାର ପାଇଁ ଗ୍ରହଣ କଲେ ହାଇକୋର୍ଟ । ଦଣ୍ଡାଦେଶ ଶୁଣାଇଥିବା ପୋକ୍ସୋ କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ।  ପୋକ୍ସୋ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ ନାବାଳକ । ଅଭିଯୁକ୍ତ ନାବାଳକ ପାଇଁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ମାନସ ଚାନ୍ଦ । ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଥିଲେ ନୟାଗଡ଼ ପୋକ୍ସୋ କୋର୍ଟ ।

୧୪ ଜୁଲାଇ ୨୦୨୦ ମସିହାରେ ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନାବାଳିକା ପରୀକୁ ଦୁଷ୍କର୍ମ ସହ ହତ୍ୟା ହୋଇଥିବା ଭଳି ଘଟଣା ଘଟିଥିଲା । ଘଟଣା ସାମନାକୁ ଆସିବା ପରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚର ଏସଆଇଟି ଏହି ଘଟଣାର ତଦନ୍ତ କରୁଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଏସଆଇଟି ଏହି ଘଟଣାର ତଦନ୍ତ କରି ନାବାଳକ ଅଭିଯୁକ୍ତକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

SP
13m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
28m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
49m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍