ପ୍ୟାରିସ ପାରାଅଲମ୍ପିକ୍ସ:ଭାରତକୁ ପଞ୍ଚମ ପଦକ ଭେଟିଦେଲେ ରୁବିନା
by Argus News
Sun, Sep 01 | 10:34 a.m.

ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସର ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ। ଭାରତକୁ ମିଳିଛି ୫ମ ପଦକ। ସୁଟିଂରେ ଭାରତର ପଦକ ସଂଖ୍ୟା ୪ ରହିଛି। ୧୦ ମିଟର ଏୟାର ପିସ୍ତଲରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ମୋଟ ୨୧୧.୧ ସ୍କୋର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ପିସ୍ତଲ ଇଭେଣ୍ଟରେ ଭାରତର ପ୍ରଥମ ପାରା ସୁଟର ଭାବେ ଅଲମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।

୧୦ ମିଟର ଏୟାର ରାଇଫଲ ବା ଏସଏଚ୧ ଇଭେଣ୍ଟରେ ଭାରତୀୟ ମହିଳା ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ଜିତିଥିଲେ । ୧୦୦ ମିଟର ଟି୩୫ ରେସରେ ଭାରତୀୟ ଧାବିକା ପ୍ରୀତି ପାଲ ନିଜର ପ୍ରଥମ ପାରାଅଲିମ୍ପିକ୍ସ ପଦକ ଭାବେ ବ୍ରୋଞ୍ଜ ଜିତିଥିଲେ । ମନୀଷ ନରୱାଲ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ବର୍ଗରେ ରୌପ୍ୟ ପଦକ ହାତେଇଛନ୍ତି । ୮୪ ଜଣ ଭାରତୀୟ ପ୍ରତିଯୋଗୀ ୧୨ଟି କ୍ରୀଡ଼ାରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି

ଲଘୁଚାପ ସୃଷ୍ଟି
now
୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା
ନାବାଳକ
20m ago
୧୧ ବର୍ଷ ନାବାଳକର ମୃତ ଦେହ ଉଦ୍ଧାର, ବଳି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର : ୧୧ ବର୍ଷର ନାବାଳକକୁ ବଳି । ଏଭଳି ସାଘାଂତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଜଳପାକେର ଗାଁରୁ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ଗ୍ରାମବାସ
CHOLESTEROL
48m ago
କୋଲେଷ୍ଟ୍ରଲ କମାଇବା ପାଇଁ କେଉଁ ରୁଟି ଖାଇବା?
ଅର୍ଗସ ବ୍ୟୁରୋ: ଆଜିକାଲି ସମସ୍ତେ ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ରୋଗରେ ପଡୁଛନ୍ତି । ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟରେ ମୋଟାପଣ ହେଉଛି ସବୁଠାରୁ ବଡ ସମସ୍ୟା ଯାହା ଅନ୍ୟ ବିପଜ୍ଜନ