ଟିକେଟ ନମିଳିବାରୁ କିଛିଦିନ ତଳେ ବିଜେଡି ଛାଡିଥିଲେ
by Argus News
Fri, Apr 26 | 2:03 p.m.

ଭୁବନେଶ୍ୱର:  ପଦ୍ମ ଧରିଲେ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡା । ଟିକେଟ ନମିଳିବାରୁ କିଛି ଦିନ ତଳେ ସେ ବିଜେଡ଼ି ଛାଡ଼ିଥିଲେ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । 

ପର୍ଶୁରାମ ଧଡାଙ୍କ ସହ ବାଲେଶ୍ଵର ଜିଲ୍ଲାର ଶତାଧିକ ବିଜେଡ଼ି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ିରେ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡି ଥିଲେ ପର୍ଶୁରାମ । 2009 ନିର୍ବାଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର 360 ଭୋଟରେ ପରାଜିତ ହୋଇଥିଲେ । 

ତେବେ 2014 ଏବଂ 2019 ରେ ବିଜେଡ଼ିରେ ଯୋଗଦେଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ମାଧବ ଧଡ଼ାଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ପର୍ଶୁରାମ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଛୋଟ ଛୋଟ କଥାରେ
4m ago
ଛୋଟ ଛୋଟ କଥାରେ ଯଦି ଆପଣ ରାଗିଯାଉଛନ୍ତି......ଏହି ଉପାୟ ଆପଣାନ୍ତୁ
ଅର୍ଗସ ବ୍ୟୁରୋ: ଯଦି ତୁମେ ଭାବୁଛ ଯେ ତୁମେ ଯାହା କହୁଛ ସବୁ ଠିକ୍, ତେବେ ପ୍ରଥମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କର କାରଣ ତୁମେ ଯାହା ଦୃଷ୍ଟିକୋଣରୁ ଠିକ୍ ଭାବରେ ବିଚାର କରୁଛ, ତାହା ଅନ୍
DELHI COURT REMANDS
10m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ
JOB
18m ago
କୋଭିଡ୍ -19 ସମୟରେ ଏହି ସବୁ ସେକ୍ଟରରେ ସର୍ବାଧିକ ଛଟେଇ ହୋଇଥିଲା
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚାକିରି କ୍ଷେତ୍ରରେ ଅନକ ଖରାପ ପରିସ୍ଥିତ ଦେଖା ଯାଉଛି । ଯାହାକି କୋଭିଡ୍ -19 ପରଠାରୁ ଟୁରିଜିମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇପାରିଛି