ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି
by Argus News
Sun, Apr 07 | 7:09 p.m.

ଅର୍ଗସ ବ୍ୟୁରୋ: କାଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପିଡିପି । କାଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରାର୍ଥୀ କରିଛି ପିଡିପି । ଯେଉଁଠି କି ସେ ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ସହ ମୁହାଁମୁହିଁ ହେବେ। ସେହିପରି ଶ୍ରୀନଗରରେ ଦଳ ଯୁବ ନେତା ମହମ୍ମଦ ୱହିଦ୍ ପାରା ଏବଂ ବାରାମୁଲା ଆସନରେ ଫୟାଜ୍ ମିରଙ୍କୁ ପ୍ରାର୍ଥୀ କରିଛି । 

ମେହବୁବା ମୁଫତି ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି । ତା ସହ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ଛତିଶଗଡ଼
8m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
26m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ