ଗତକାଲି ମାଡ଼ ଖାଇଥିଲା ଛାଡ଼ ଖାଇ, ଆଜି ଜମିଲା ଆମିଷ ବେପାର
by Argus News
Wed, Nov 29 | 2:40 p.m.

ଅର୍ଗସ ବ୍ୟୁରୋ : ସରିଲା କାର୍ତ୍ତିକ ପୂର୍ଣ୍ଣିମା, ଥିଲା ଛାଡ଼ ଖାଇ । ଗତକାଲି ମଙ୍ଗଳବାର ପଡୁଥିବାରୁ ବେପାରରେ ମାଡ଼ ଖାଇଥିଲେ ବେପାରୀ । ଆଜି ବୁଧବାର ଥିବାରୁ ବେପାର ଜମିବ ବୋଲି ଆଶା ରଖିଛନ୍ତି ବେପାରୀ । ଏଥିପାଇଁ ବେପାରୀମାନେ ପ୍ରସ୍ତୁତ । ଆଉ ଆଜି ଘରେ ଘରେ ଜମିବ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା କରି ରହିଥିଲେ ଆଜିର ଦିନକୁ ।

ଏନେଇ ଆଜି ବିଭିନ୍ନ ଆମିଷ ଦୋକାନୀରେ ଲାଗିଛି ଭିଡ଼ । ରାଜ୍ୟର ପ୍ରମୁଖ ସହରରେ ଭୁବନେଶ୍ବରରେ ଥିବା ଆମିଷ ବଜାରରେ ବ୍ୟବସାୟୀଙ୍କ ପାଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଲା, ଗତକାଲି ମଙ୍ଗଳବାର ଥିବାରୁ କେତେକ ଲୋକେ ଆମିଷ ଖାଆନ୍ତି ନାହିଁ । ଏହି କାରଣ ଯୋଗୁଁ  ଛାଡ଼ଖାଇରେ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇ ନାହିଁ । ଯାହା ଫଳରେ ମଙ୍ଗଳବାର ଦିନ ଛାଡଖାଇ ମାଡ ଖାଇଥିଲା । ଆଜି ଅର୍ଥାତ୍ ବୁଧବାର ପ୍ରକୃତ ଛାଡଖାଇ ଲୋକେ ପାଳିଛନ୍ତି  ।  

 

ତେବେ ଛାଡ଼ଖାଇ ପାଇଁ ଆମିଷ ଦର ମଧ୍ୟ ଉଚ୍ଚା ରହିଛି । ରୋହି ଭାକୁର କେଜି ପ୍ରତି ୨୦୦ଟଙ୍କା, ମାଗୁର ମାଛ କେଜି ପ୍ରତି ୩୦୦ ଟଙ୍କା, ସାମୁଦ୍ରିକ ମାଛ ଦାମ କେଜି ପ୍ରତି ୪୦୦ ଟଙ୍କା, ଦେଶୀ ଓ ସମୁଦ୍ର କଙ୍କଡା କେଜି ପ୍ରତି ୬୦୦ରୁ ୧୪୦୦ ଟଙ୍କା । ସେହିପରି, ଚିଙ୍ଗୁଡ଼ି କେଜି ପ୍ରତି ୪୦୦ରୁ ୮୦୦ ଟଙ୍କା, ମଟନ କେଜି ପ୍ରତି ୭୫୦ରୁ ୯୦୦ ଟଙ୍କା ଓ ଚିକେନ କେଜି ପ୍ରତି ୨୨୦ରୁ ୫୦୦ ଟଙ୍କାରହିଛି । ସେହିପରି ଗତ କାଲି ଫିକା ପଡ଼ିଥିଲା ଛାଡ଼ ଖାଇ ବଜାର । କିନ୍ତୁ ଆଜି ବୁଧବାର ଥିବାରୁ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।

ଉଚ୍ଚ ଜୁଆର
1m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
4m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ