ଉତ୍କଟ ଜଳାଭାବକୁ ନେଇ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ
by Argus News
Thu, Apr 04 | 7:06 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ସୁଧୁରୁନି ପାନୀୟ ଜଳ ସମସ୍ୟା। ପିଇବା ପାଣି ପାଇଁ ଅନେକ ଜାତନା ଭୋଗୁଛନ୍ତି ଦୁର୍ଗମର ଅପନ୍ତରା ଞ୍ଚଳରେ ରହୁଥିବା ଏ ଲୋକମାନେ। ରାଜ୍ୟ ସରକାର ଅପହଞ୍ଚ ଇଲାକାରେ ମୌଳିକ ସୁବିଧା ପହଁଞ୍ଚାଇବା ପାଇଁ ଅନେକ ଜୋଯନା କରୁଛନ୍ତି ହେଲେ ସେଥିରେ ବ୍ୟତିକ୍ରମ ଦେଖାଦେଉଛି । ପହଞ୍ଚିପାରୁନି ଯୋଜନା ଫଳରେ ହନ୍ତ ସନ୍ତ ହେଉଛନ୍ତି ଲୋକେ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତ ଚତୁରୀ ସାହିରେ ୫୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ସରକାରଙ୍କର ବସୁଧା ଯୋଜନା ଏମାନଙ୍କ ପାଖରେ ଅପହଞ୍ଚ। ଏହି ୫୦ ପରିବାରର  ଉତ୍କଟ ପାନୀୟ ଜଳ ସମସ୍ୟା ଆଖିରେ ନଦେଖିଲେ ବିଶ୍ୱାସ ହେବନି। ପାଣିପଇଁ ଦୀର୍ଘ ରାସ୍ଥା ଅତିକ୍ରାନ୍ତ କରୁଥିବା ବେଳେ। ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି ଲୋକେ।

୩୦୦ ଲୋକେ ବସବାସ କରୁଥିବା ଏହି ଗାଁରେ ପାଣି ସମସ୍ୟା ନୁଆ ନୁହଁ ବରଂ ଦୀର୍ଘ ବର୍ଷ ହେଲା ଏପରି ସମସ୍ୟା ଲାଗି ରହିଥିଲେବି ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି ସେପଟେ ଦିର୍ଘ ବର୍ଷ ହେବ ଟ୍ୟାପ୍‌ ଲାଗିଥିଲେ ମଧ୍ୟ ପାଣି ଆସୁନି। ଏ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ।

ଦୁର୍ଦଶ ଜୀବନ ସହ  ଉତ୍କଟ ଜଳ କଷ୍ଟ ସେମାନଙ୍କ ଜୀବନଙ୍କୁ ଆହୁରି ଦୁର୍ବିଶହ କରିପକାଉଥିବା ବେଳେ। ପାଣି କଷ୍ଟ ସହି ନପାରି ଶାଶୂଘର ଛାଡି ବାପଘରକୁ ପଳାଇଯାଉଛି ନୁଆ ବୋହୁ । ଉପଜିଲ୍ଲାପାଳଙ୍କ ପ୍ରତିଶୃତି ମିଳିବା ପରେ କେବେ ତାହା ପୁରଣ ହେଉଛି ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ