ଜୀବନକୁ ବାଜି ଲଗାଇ ନାଳ ପାରି ହେଉଛନ୍ତି ଲୋକେ
by Argus News
Tue, Jul 16 | 6:38 p.m.

ଅର୍ଗସ ବ୍ୟୁରୋ:  କିଭଳି ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦରମହକୁମାଠାରୁ ମାତ୍ର ୩ କିମି ଦୂରରେ ଥିବା ଘୋଡାଡିଆଁ ଗାଁରେ ଲକ୍ଷ୍ମୀନାଳ ସାଜିଛି କାଳ । ଗାଁରେ ଅନେକ ଦିନ ହେବ ଏକ ପୋଲ ସହ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଦାବି ହୋଇ ଆସୁଥିଲେ ମଧ୍ୟ ସବୁ କେବଳ ପ୍ରତିଶୃତିରେ ସିମିତି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ଦୂରରେ ଥିଲେ ମଧ୍ୟ ଘୋଡାଡିଆଁ ଗାଁ ଉପରେ କୌଣସି ଅଧିକାରୀଙ୍କ ନଜର ପଡୁନଥିବା ଅଭିଯୋଗ ହୋଇଛି । ଖରା ଓ ଶୀତ ଦିନେ କଷ୍ଟେ ମଷ୍ଟେ ଲୋକେ ନାଳ ପାର ହେଉଥିବାବେଳେ ବର୍ଷା ଦିନ କଥା ନକହିଲେ ଭଲ ।

ଗାଁରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି ।  ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ବି ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । କେବଳ ନାଳ କାହିଁକି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଘୋଡାଡିଆଁ ଗାଁ ଲୋକେ । ସେପଟେ ନାଳ ଉପରେ ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହରଭଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ । 24 ବର୍ଷର ବିଜେଡି ସରକାର ଘୋଡାଡିଆଁ ଗାଁ ଲୋକଙ୍କ ସମସ୍ୟା ସମାଧାନ କରିପାରିଲାନାହିଁ । ଏବେ ନୂଆ ସରକାରରେ ଖୁବଶୀଘ୍ର ନାଳ ଉପରେ ପୋଲ ବନ୍ଧାଯିବ ବୋଲି ଆଶା ବାନ୍ଧିଛନ୍ତି ଘୋଡାଡିଆଁ ଗାଁଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଆଜିଠାରୁ ଏକମାସ
56m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି