ନିତିଦିନିଆ ରାସ୍ତା ଖୋଜୁଛନ୍ତି ୪ ଖଣ୍ଡ ଗାଁ ଲୋକେ
by Argus News
Mon, Nov 04 | 6:32 p.m.

ଅର୍ଗସ ବ୍ୟୁରୋ:  ଗାଁରେ ନାହିଁ ସ୍କୁଲ । ପୋଲ ନଥିବାରୁ ଭରା ନାଳ ପାର କରି ପଡୋଶୀ ଗାଁକୁ ଯାଉଛନ୍ତି ଛାତ୍ରଛାତ୍ରୀ । ନାଳ ଓ ଦୁର୍ଗମ ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ଗାଁକୁ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ନାଳ ଉପରେ ପୋଲ ଖଣ୍ଡିଏ ନିର୍ମାଣ କରିବାକୁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପ୍ରଶାସନ ନିକଟରେ ହାରିଗୁହାରି କରି ଆସୁଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ପ୍ରାଶାସନିକ ଉଦାସୀନତାର ଏଭଳି ନଗ୍ନଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଶଗଡା ପଂଚାୟତର ମୁଦିପଡ଼ାରେ।

ମୁଦିପଡ଼ା ଠାରୁ ମାଳତୀ ଗୋଛାପଡା ଗାଁକୁ ସଂଯୋଗ କରୁଛି କେରଣ୍ଡୀ ନାଳ। ଏହି କେରଣ୍ଡୀ ନାଳ ଉପରେ ଚାରିଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି l  ମାତ୍ର ଯାତାୟତ ପାଇଁ ଏହି ନାଳ ସମସ୍ୟା ଶୃଷ୍ଟି କରୁଛି। ଏହି ନାଳ ପାଇଁ ସିଗାଡି ,ଗୁଚ୍ଛlପଡ଼ା,ମାଳତୀ ଗୁଚ୍ଛାପଡା,ବାତେପଙ୍ଗl, କୁଆକୁମୁମୁଣ୍ଡା,ଆଦି ପ୍ରାୟ 4 ଖଣ୍ଡ ଗାଁ ଲୋକ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏହି ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ପଞ୍ଚାୟତ ସ୍କୁଲକୁ ଯାଆନ୍ତି। ଏହି ସ୍କୁଲ ଯିବା ପାଇଁ ଏହା ହିଁ ଏକମାତ୍ର ରାସ୍ତା l  ଟିକେ ଅଧିକ ବର୍ଷା ହେଲେ ନାଳରେ ଯାଇ ହୁଏ ନାହିଁ l ଅନେକ ସମୟରେ ଗୋଡ଼ ଖସିଯିବା ସହ  ବହିପତ୍ର ଭିଜିଯାଏ  l ଫଳରେ ବର୍ଷା ଚାରି ମାସ ଗୋଟିଏ ପ୍ରକାର ଜଳ ବନ୍ଦୀ ଜୀବନ ଅତିବାହିତ କରନ୍ତି ୪ ଖଣ୍ଡ ଗ୍ରାମବାସୀ l

ଖାଲି ବ୍ରିଜ କାହିଁକି ଗାଁକୁ ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ।  ବର୍ଷା ହେଲେ ଗାଁ ମାନଙ୍କ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇ ଯାଏ  | ଗାଡ଼ି ମୋଟର ତ ଦୂରର କଥା ଖାଲି ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇ ପଡେ। ଦୀର୍ଘ ବର୍ଷ ହେବ ଗ୍ରାମବାସୀ ମାନେ ସବୁବେଳେ ଏହି ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି | ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଖୁଵ ଶୀଘ୍ର ରାସ୍ତା ସହ ଏହି ନାଳରେ ଏକ ପୋଲ ନିର୍ମାଣ ସହ ପକ୍କା ରାସ୍ତା କରାଗଲେ ଲୋକ ମାନେ ସୁବିଧାରେ ଯିବା ଆସିବା କରି ପାରିବେ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

BANANA PRICE
କମେଡିଆନ କଦଳୀ, ଦାମ୍ 52 କୋଟି
ଅର୍ଗସ ବ୍ୟୁରୋ: କଦଳୀର ଦାମ୍ 52 କୋଟି 70 ଲକ୍ଷ । କ'ଣ ଭାବୁଛନ୍ତି ଗୋଟେ କାନ୍ଦି କି ବହୁତ ଗୁଡିଏ କଦଳୀ ହୋଇଥିବ । ନା...ନା ମାତ୍ର ଗୋଟିଏ କଦଳୀର ଦାମ୍ 52 କୋଟି 70 ଲକ୍ଷ । ଏହାର ନା
ପାକିସ୍ତାନରେ ହିଂସା
ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ହିଂସାକାଣ୍ଡରେ 18ରୁ ଅଧିକ ଲୋକଙ୍କ ମୃତ୍ୟୁ । ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ହସ୍ତଗତ
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍
ଓଡ଼ିଶା ପର୍ବ
ରାଜଧାନୀ ଦିଲ୍ଲୀରେ ଓଡ଼ିଶା ପର୍ବର ଦ୍ବିତୀୟ ଦିନ
ଅର୍ଗସ ବ୍ୟୁରୋ: ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ । ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟର
`ସୁଭଦ୍ରା'
‘ସୁଭଦ୍ରା’ରୁ ବାଦ୍‌ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍‌ ପଡ଼ିଥିବା ଆବେଦନକାରୀ