କମୁଛି ବାହିନୀପତିଙ୍କ ଲୋକପ୍ରିୟତା
by Argus News
Mon, Apr 15 | 2:44 p.m.

କୋରାପୁଟ: ଦିନକୁ ଦିନ ହ୍ରାସ ପାଉଛି ଜୟପୁର ବିଧାୟକ ତାରାପ୍ରସାଦ(ଭାଲୁ) ବାହିନୀପତିଙ୍କ ଲୋକପ୍ରିୟତା । ଗତକାଲି ତାରା ପ୍ରାସାଦ ବାହିନୀପତି ଜୟପୁର ବ୍ଲକ୍ ଅନ୍ତର୍ଗତ ଦଳେଇପୁଟ ଗ୍ରାମକୁ ଗସ୍ତ କରି ନିର୍ବାଚନ ପ୍ରଚାର କରୁଥିବାବେଳେ ଦଳେଇପୁଟ ଗ୍ରାମବାସୀ ଠେଙ୍ଗା ଧରି ଗୋଡେଇ ଗୋଡେଇ ବାହାର କରିଦେଇଛନ୍ତି । 

ଶହ ଶହ ମହିଳା ଓ ପୁରୁଷ ଗାଳି ଗୁଲଜ କରି ଧନୀ ଲୋକ ଦେଖୋଉଚୁ କହି ବାହାନୀପତିଙ୍କୁ ବିରୋଧ କରିଥିଲେ ।  ଦଳେଇପୁଟ ଗ୍ରାମବାସୀ ଯାତ୍ରା ମଞ୍ଚ ଉପରେ ଖାଲି ଲମ୍ବା ଲମ୍ବା ଠେଙ୍ଗା ବାଡ଼ି ଧରି ପୁରୁଷ ଯେତିକି ତାତିଛନ୍ତି, ତା'ଠାରୁ ଅଧିକ ତାତିଛନ୍ତି ମହିଳା । ଏ ମଞ୍ଚ ଉପରେ ତାଙ୍କୁ ଚଢ଼େଇ ଦିଆଯିବ ନାହିଁ କହି ବିରୋଧ କରିଛନ୍ତି ଲୋକେ । ଏମିତି ଭାଷା କହି ଭାଲୁର ମହୁଲି ନିଶାକୁ ଭାଙ୍ଗି ଦେଇଛନ୍ତି ଜୟପୁର ନିର୍ବାଚନ ମଣ୍ଡଳୀ କାଳିଆ ଗାଁ ପଞ୍ଚାୟତ ମାଳି ଦଳେଇପୁଟ ଗାଁ ଲୋକ । 

୫ ବର୍ଷ ଭିତରେ ଏକ ଟଙ୍କାର କାମ ହୋଇନି ବୋଲି କହିଛନ୍ତି ବାହିନୀପତି । କେବଳ ଯେତେବେଳେ କର୍ମୀ ସମ୍ମିଳନୀ ହୁଏ ମହିଳାମାନଙ୍କୁ ଜୟପୁର ଡାକି କାନ୍ଧରେ ହାତ ପକେଇକି ନାଚନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି