ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଞ୍ଚଳରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଘେରିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ମନ୍ତ୍ରୀ ଜଗନ୍ନାଥ ସାରକା କୋଲନରା ବ୍ଲକକୁ ନିଜ ଦଳର ପ୍ରଚାରକୁ ଯାଇଥିବା ସମୟରେ ଲୋକେ ଏଭଳି ପ୍ରଶ୍ନ କରିଥିଲେ । ସେପଟେ ଜବାବରେ ସ୍ଥାନୀୟ ସରପଞ୍ଚ କହୁଛନ୍ତି, ସେଥିପାଇଁ ମନ୍ତ୍ରୀ ଦାୟୀ ନୁହନ୍ତି ତୁମ ଅଞ୍ଚଳର ସରପଞ୍ଚ , ସମିତିସଭ୍ୟ ଏବଂ ବ୍ଲକ ପ୍ରଶାସନ ଦାୟୀ ବୋଲି କହୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: