ପଲ୍ଲିସଭା ହେଉନଥିବାରୁ ପରିଚୟ ହରାଉଛନ୍ତି ଜନ ପ୍ରତିନିଧି
by Argus News
Sat, Oct 05 | 6:16 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ପରିଚୟ ହରାଉଛି ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା।  ଦୀର୍ଘ ବର୍ଷ ବିତିଗଲା ହେଲେ ପଲିସଭା କି ଗ୍ରାମସଭା କଣ ଜାଣିଲେନି ଜନତା। ପଲ୍ଲିସଭା ଜରିଆରେ ଗାଁର ବିକାଶ ଲାଗି ଯୋଜନା ପ୍ରସ୍ତୁତି କରାଯିବାର ବ୍ୟବସ୍ଥା ହେଲା। କିନ୍ତୁ ଗତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରଠୁ ନା ଗ୍ରାମସଭା ହେଉଛି ନା ପଲ୍ଲିସଭା। ଝରୀଗାଁ ଭଳି ଦୁର୍ଗମ ଅଂଚଳକୁ ମଧ୍ୟ ଏହାର ଦଶା ଭୋଗିବାକୁ ପଡୁଛି।  ଭଲ କରି ଦେଖନ୍ତୁ ଗାଁର ଦୃଶ୍ୟକୁ ନାଁ ଅଛି ରାସ୍ତା, ନା ପିଇବା ପାଇଁ ଅଛି ବିଶୁଦ୍ଧ ଜଳ, ନା ମୁଣ୍ଡ ଗୁଞ୍ଜିବା ପାଇଁ ଅଛି ଘରଟିଏ। ଝାଟି ମାଟି ଘରେ ଦିନ କାଟୁଛନ୍ତି ଝରିଗାଁ ଅଞ୍ଚଳବାସୀ। ରାସ୍ତା ନଥିବାରୁ ଗର୍ଭବତୀ ଖଟିଆରେ ବୁହାହେଉଛନ୍ତି । ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଝରଣା ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ।

ତତ୍କାଳୀନ ସରକାରରେ ଦଳୀୟ ପ୍ରିୟାପ୍ରିତି ତୋଷଣ ନୀତି ଲାଗି ନିର୍ବାଚିତ ପ୍ରତିନିଧିଙ୍କୁ ଲୋକଙ୍କ ଅକ୍ରୋଶର ଶିକାର ହେବାକୁ ପଡୁଛି । ବିକାଶ ପାଇଁ କୋଟି କୋଟି ଖର୍ଚ୍ଚ କରାଯାଇଛି ତାହା କେଉଁ ପାଣ୍ଠିରୁ ଏବଂ କେଉଁ ଅଞ୍ଚଳରେ ହୋଇଛି ତାର ତଦନ୍ତ ହେଉ ବୋଲି ଦାବି ହୋଇଛି। ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସତ୍ୱେ ଲୋକଙ୍କ ସମସ୍ୟା ସୁଧୁରୁନି। ତେବେ ବିଜେପି ସରକାର ଖୁବ ଶୀଘ୍ର ଝରିଗାଁବାସୀଙ୍କ ସମସ୍ୟା ଦୂର କରିବା ବୋଲି ଲୋକେ ଆଶା ବାନ୍ଧିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ