ମନେ ପଡ଼ନ୍ତି ଅଟଳ : ପିଏମ ଥିବା ବେଳେ...
by Argus News
Fri, Aug 16 | 3:05 p.m.

ଅର୍ଗସ ବ୍ୟୁରୋ :  ମନେ ପଡ଼ନ୍ତି ଅଟଳ...ସେଦିନ ଥିଲା ୨୦୧୮ ମସିହା, ଅଗଷ୍ଟ ୧୬ ତାରିଖ । ସବୁଦିନ ଲାଗି ଆଖି ବୁଜିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଓଜସ୍ଵୀ ବକ୍ତା ଅଟଳ ବିହାରୀ । ତାଙ୍କ ମୃତ୍ୟୁର ଖବର ପାଇବା ମାତ୍ରେ ଦେଶଠୁ ବିଶ୍ଵ ସ୍ତବ୍ଧ ହୋଇଯାଇଥିଲା । ଜନନାୟକଙ୍କ ଦେହାନ୍ତରେ ସମସ୍ତେ ବାକ୍‌ରୁଦ୍ଧ  ହୋଇଥିଲେ...ସମସ୍ତଙ୍କ ଆଖିରୁ ଝରିଥିଲା ଲୁହ । ଏହାରି ଭିତରେ ୭ ବର୍ଷ ବିତିଗଲାଣି ହେଲେ ଆଜି ବି ଅଟଳଙ୍କର ପ୍ରତିଟି ଭାଷଣ, ପ୍ରତିଟି କଥାକୁ ମନେ ପକାଉଛନ୍ତି ଦେଶବାସୀ । ଦେହାନ୍ତ ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ର-ପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଧିସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ।

ବିରୋଧୀଙ୍କୁ ସମ୍ମାନ ଦେବା ଯଦି ଶିଖିବା ତାହାଲେ ବାଜପେୟୀଙ୍କୁ । ଏକଥା ଆମେ ନୁହେଁ ବରଂ ସେ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ବିରୋଧୀ ବି ତାଙ୍କ କଥା ଶୁଣୁଥିଲେ । ତାଙ୍କ ଭାଷଣକୁ ତାଳି ମାରି ସ୍ଵାଗତ କରୁଥିଲେ । ସେଇଥି ଲାଗି ତ ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ ପକାଉଛନ୍ତି ରାଜନୈତିକ ସହକର୍ମୀ ଓ ଦେଶର ଜନସାଧାରଣ । ୨୦୧୮ ମସିହା ଆଜିର ଦିନରେ ୯୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ।

ହେଲେ ରାଷ୍ଟ୍ର ପ୍ରତି ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ଉଦାରତା ଓ ବିରୋଧୀଙ୍କୁ ସମ୍ମାନ ଆଜି ବି ତାଙ୍କୁ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଅମର କରି ରଖିଛି....ରଖିବ ମଧ୍ୟ । କୁହାଯାଏ ସେ ଥିଲେ ଭାରତୀୟ ରାଜନୀତିର ଅଜାତଶତ୍ରୁ । ବାଜପେୟୀ ଭାରତୀୟ ରାଜନୀତି ଇତିହାସର ଏମିତି ଏକ ନେତା ଯାହାଙ୍କ କଥା, କବିତାରେ ବିରୋଧୀ ବି ତାଳି ମାରିବାକୁ ବାଧ୍ୟ ହେଉଥିଲେ । ବାଜପେୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ । ରାଜନୀତିରେ ଉଦାରବାଦ, ସମାନତାକୁ ବିଶ୍ୱାସ ରଖୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ।

୨୫ ଡିସେମ୍ବର, ୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ ଅଟଳ । ଗ୍ୱାଲିଅରରେ ସ୍କୁଲ ଓ କଲେଜ୍ ପାଠପଢା ଶେଷ କରିଥିଲେ ବାଜପେୟୀ । ତାଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ଜଣେ ଶିକ୍ଷକ ଏବଂ କବି ଥିଲେ । ଆଉ ତାଙ୍କର ଏହି ଗୁଣ ଅଟଳ ବିହାରୀ ବାଜପେୟୀଙ୍କ ଠାରେ ଦେଖିବାକୁ ମିଳିଥିଲା । ଜଣେ ରାଜନେତା ଭାବେ ଅଟଳ ବିହାରୀ ବାଜପେୟୀ ଯେତିକି ସଫଳ ଥିଲେ, ସେତିକି ଲୋକପ୍ରିୟ ବି ଥିଲେ । ସକ୍ରିୟ ରାଜନୈତିକ କ୍ୟାରିୟରରେ ୧୦-୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାଜପାୟୀ ୨ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ୩ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବାଜପେୟୀ । କ୍ରମାଗତ ଦୁଇ ଦୁଇ ଥର ମେଂଟ ସରକାର ଗଠନରେ ବିଫଳ ହେବା ପରେ ତୃତୀୟଥର ତାଙ୍କୁ ମିଳିଥିଲା ସଫଳତା । ଦେଶର ପ୍ରଥମ ଅଣ କଂଗ୍ରେସ ଦଳର ନେତା ଭାବେ ୧୯୯୯ ମସିହାରେ ପ୍ରଧାନମନ୍ତ୍ରୀ ଗାଦିରେ ବସି ୫ବର୍ଷ ପୁରା କରିଥିଲେ ବାଜପେୟୀ।
ବାଜପେୟୀଙ୍କ ଅଭୁଲା ସ୍ମୃତି....
• ଭାରତୀୟ ରାଜନୀତିର ସଫଳତମ ରାଜନେତା ଅଟଳ ବିହାରୀ ବାଜପେୟୀ
• ୨୫ ଡିସେମ୍ବର, ୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ବାଜପେୟୀଙ୍କ ଜନ୍ମଗ୍ରହଣ
• ୨୦୧୮ , ଅଗଷ୍ଟ ୧୬ରେ ଦିଲ୍ଲୀ ଏମ୍ସରେ ଶେଷନିଶ୍ବାସ ତ୍ୟାଗ
• ୫ ଦଶନ୍ଧିର ସକ୍ରିୟ ରାଜନୈତିକ କ୍ୟାରିୟର
• ୧୦ ଥର ଲୋକସଭାକୁ ନିର୍ବାଚିତ, ୨ଥର ରାଜ୍ୟସଭାକୁ ନିର୍ବାଚିତ
• ୩ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବାଜପେୟୀ
• ୧୯୯୬ରେ ପ୍ରଥମଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ୧୩ ଦିନ ଶାସନରେ ରହିଥିଲେ
• ୧୯୯୮ରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ୧୩ମାସ କ୍ଷମତାରେ ରହିଥିଲେ
• ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ୫ବର୍ଷ କାର୍ୟ୍ୟକାଳ ପୂରଣ କରିଥିଲେ ବାଜପେୟୀ
• ୧୩ଟି ଦଳର ମେଣ୍ଟରେ କେନ୍ଦ୍ରରେ ସରକାର ଗଠନ କରିବାରେ ହୋଇଥିଲେ ସକ୍ଷମ
• ୪ ମେଟ୍ରୋ ସହରକୁ ଯୋଡିବା ପାଇଁ ଆରମ୍ଭ କରିଥିଲେ ହାଇୱେ ପ୍ରୋଜେକ୍ଟ
• ପୋଖରଣରେ ପରମାଣୁ ବୋମାର କରିଥିଲେ ସଫଳ ପରୀକ୍ଷଣ
• ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଦିଲ୍ଲୀ- ଲାହୋର ବସ୍ ସେବାର କରିଥିଲେ ଶୁଭାରମ୍ଭ
• ରାଜନୀତିରେ ସଫଳ ବାଜପେୟୀ କବିତା ଲେଖିବା ପାଇଁ ମଧ୍ୟ ଥିଲେ ଲୋକପ୍ରିୟ
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର