ଆଜି ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
by Argus News
Tue, Jul 09 | 7:19 a.m.

ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ଲଗାତର ତୃତୀୟ ପାଳି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୁଷିଆ ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା । ଆଲୋଚନାରେ ମୁଖ୍ୟତଃ ତୈଳ, S-400 ଏୟାର ଡିଫେନ୍ସ ସିଷ୍ଟମ ଡେଲିଭରୀ, ବ୍ୟବସାୟର ନୂଆ ରୁଟ୍, ୟୁକ୍ରେନ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଆଦି ପ୍ରସଙ୍ଗ ସ୍ଥାନ ପାଇପାରେ । ଏଥିସହ ଆଜି କ୍ରେମଲିନରେ ପ୍ରବାସୀ ଭାରତୀୟଙ୍କୁ ପିଏମ ମୋଦି ଭେଟିବା ସମ୍ଭାବନା ରହିଛି । ଗତକାଲି ସଂଧ୍ୟାରେ ମସ୍କୋରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଆଲିଙ୍ଗନ କରି ସ୍ୱାଗତ କରିଥିଲେ ପୁଟିନ୍ । ରାଷ୍ଟ୍ରପତି ପୁଟିନଙ୍କ ବାସଭବନରେ ରାତ୍ରୀ ଭୋଜନ କରିଥିଲେ ପ୍ରଧାନମନ୍ତ୍ରୀ । ତୃତୀୟ ପାଳି ଜିତିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ। ଫେବୃଆରୀ ୨୦୨୨ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଏହା ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ । ଶେଷ ଥର ପାଇଁ ୨୦୧୯ରେ ରୁଷିଆ ଗସ୍ତ କରିଥିଲେ ମୋଦି। ୧୦ ବର୍ଷ ମଧ୍ୟରେ ରୁଷିଆ ଗସ୍ତରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଷଷ୍ଠ ଗସ୍ତ । ଦ୍ବିଦେଶୀୟ ଗସ୍ତର ଦ୍ବିତୀୟ ପର୍ଯ୍ୟାୟରେ ଆଜି ସଂଧ୍ୟାରେ ମସ୍କୋରୁ ଅଷ୍ଟ୍ରିଆ ଅଭିମୂଖେ ଗସ୍ତ କରିବେ ପିଏମ ମୋଦି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

CM
4m ago
୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା
ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟ
CYCLONE
13m ago
ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌...
ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍
CYCLONE
14m ago
ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
ଅର୍ଗସ ବ୍ୟୁରୋ: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାର