ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
by Argus News
Thu, Oct 24 | 10:40 a.m.

ଅର୍ଗସ ବ୍ୟୁରୋ:  ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାରେ ଲୋକେ । ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା 'ଦାନା' । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା । ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ । ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ ଓଡିଶା କୁ ମୁହିଁଇବ । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ ସିଷ୍ଟମ ।

ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ରେ ଭୀଷଣ ବର୍ଷା । କାଲିଠୁ ଆଭ୍ୟନ୍ତରୀଣ ଓଡିଶା ର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ । ୨୬ ତାରିଖରେ ଅବପାତ କିମ୍ବା ଲଘୁଚାପ ଭାବରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ରେ ବି ବର୍ଷା ହେବ । ବାତ୍ୟା ଦାନା ଗତିପଥରେ ହେଉଛି ସାମାନ୍ୟ ପରିବର୍ତ୍ତନ । ଲ୍ୟଣ୍ଡଫଲ ପଏଣ୍ଟ ପରିବର୍ତ୍ତନ ହୋଇନଥିବା ବେଲେ ଆଭ୍ୟନ୍ତରୀଣ  ଓ ଦକ୍ଷିଣ ଓଡ଼ିଶା ମୁହାଁ ହେଉଛି ଦାନା।ବର୍ତମାନ ପାରାଦୀପଠାରୁ ୨୬୦ ଓ ଧାମରାଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ମାଡି ଆସୁଛି । ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା’ । ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

STORM
26m ago
ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି
ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଉଛି ବତ୍ୟା ଦାନା । ବଢିଲା ପବନ ବେଗର ପୂର୍ବାନୁମାନ । ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି । ସମୁଦ୍ରରୁ ଭିତରେ ଏବେ ୧୨କିମି ବେଗରେ ଗତି କରୁଛ
ବାତ୍ୟା
29m ago
ଅସରାଏ ବର୍ଷା କାଚିଲେ ସ୍ଥିତି ବେହାଲ, ବାତ୍ୟାରେ କରିବେ କଣ ?
ଅର୍ଗସ ବ୍ୟୁରୋ: ଅସରାଏ ବର୍ଷା ହେଲେ ଟ୍ଵିନସିଟିରେ କେମିତି ବର୍ଷା ପାଣି ଜମେ ତାହା ଆମେ ସମସ୍ତେ ଦେଖନ୍ତି । ଏହାରି ଭିତରେ ବାତ୍ୟା ଆସି କବାଟ ଠକ୍‌ ଠକ୍‌ କଲାଣି । ଆ
PURI
54m ago
ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ । ବାତ୍ୟା ଦାନାକୁ ନେଇ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପ