ଦେଶର ନିର୍ବାଚନୀ ପ୍ରସଙ୍ଗରେ ଏଣ୍ଟ୍ରି ମାରିଲା ଏମ୍ ଫ୍ୟାକ୍ଟର ?
by Argus News
Sat, Apr 13 | 5:02 p.m.

ଅର୍ଗସ ବ୍ୟୁରୋ:  ତେଜସ୍ୱୀ ଯାଦବଙ୍କ ଏହି ଭିଡିଓ ପରେ ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ମାଛ ଓ ମଟନ୍। 9 ନଭେମ୍ବରରେ ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏହି ଭିଡିଓ। ପୋଷ୍ଟ ଉପରେ ତେଜସ୍ୱୀ ଲେଖିଥିଲେ ନିର୍ବାଚନୀ ବ୍ୟସ୍ତତା ଭିତରେ ହେଲିକ୍ୟାପଟରରେ ଭୋଜନ। ତାରିଖ 8- 4- 2024। ଏପଟେ ତେଜସ୍ୱୀଙ୍କର ଭିଡିଓ ଆସିଲା ତ ସେପଟେ ଭିଡିଓର ସମୟକୁ ନେଇ ବିଜେପି କଲା ଆକ୍ରମଣ। ଦଳର ଅଭିଯୋଗ ନବରାତ୍ରୀ ପୂର୍ବଦିନ ମାଛ ଖାଇବାର ଭିଡିଓ ପୋଷ୍ଟ କରିବା ପଛରେ ରହିଛି ତୁଷ୍ଟିକରଣ ରାଜନୀତି।

ନବରାତ୍ରୀ ପୂର୍ବଦିନ ମାଛ ଖିଆକୁ ନେଇ ଯେତେବେଳେ ପ୍ରଶ୍ନ ଉଠିଲା ସଫେଇ ରଖିଲେ ତେଜସ୍ୱୀ। କହିଲେ ବିଜେପିର ଆଇ କ୍ୟୁ ଟେଷ୍ଟ କରିବାକୁ ପୋଷ୍ଟ କରିଥିଲି ଏହି ଭିଡିଓ। ଲାଲୁ ନନ୍ଦନଙ୍କୁ କଣ ଜଣାଥିଲା ଆଇ କ୍ୟୁ ଟେଷ୍ଟ କରୁ କରୁ ବିଜେପି ହାତରେ ଧରାଇଦେବେ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ। ନିଜେ ତ ଫସିଲେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣି ଆଣିଲେ। ଆଉ ଉଦ୍ଧାମପୁର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମନେ ପକାଇଦେଲେ କେମିତି ଶ୍ରାବଣରେ ଲାଲୁଙ୍କ ଘରେ ମଟନ ରୋଷେଇ ଶିଖୁଥିଲେ ରାହୁଲ ଗାନ୍ଧି। ଏହା ମୋଗଲ ମାନସିକତା କହି ଉଭୟ ତେଜସ୍ୱୀ ଓ ରାହୁଲଙ୍କୁ ପିଏମ କରିଥିଲେ ଜୋରଦାର ପ୍ରହାର। ବିଜେପି ହାତରେ ତେଜସ୍ୱୀ ଧରାଇଥିବା ନିର୍ବାଚନୀ ମାଛ ପ୍ରସଙ୍ଗ ଏବେ ବିରୋଧୀଙ୍କ ଗଳାରେ କଣ୍ଟା ହୋଇ ଲାଗିଛି ନା ଗିଳି ପାରୁଛନ୍ତି ନା କାଢି ପାରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ