ବିରୋଧୀଙ୍କ ଉପରେ ବର୍ଷିଲେ ପିଏମ ମୋଦି 
by Argus News
Sun, Sep 15 | 8:36 p.m.

ନୂଆଦିଲ୍ଲୀ:  ଜମଶେଦପୁରରେ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ପିଏମ ମୋଦି । ଝାଡ଼ଖଣ୍ଡରେ ବର୍ଷା କାରଣରୁ ରୋଡ ସୋ ବାତିଲ ହେବା ପରେ ପିଏମ ମୋଦି ନିର୍ବାଚନୀ ସଭା ମଞ୍ଚରୁ ଝାଡ଼ଖଣ୍ଡର 3 ଶତ୍ରୁଙ୍କ ପର୍ଦ୍ଦାଫାସ କରିଛନ୍ତି । JMM , RJD ଓ କଂଗ୍ରେସକୁ ଝାଡ଼ଖଣ୍ଡର ମୁଖ୍ୟ ଶତ୍ରୁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି । RJDକୁ ସୁବିଧାବାଦୀ ଦଳ କହିବା ସହ, JMM ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ପିଏମ । ଏହାସହିତ କଂଗ୍ରେସର ରାଜ୍ୟ ବିକାଶ ନୁହେଁ ବରଂ ଲୋକଙ୍କୁ ଲୁଟ କରିବାକୁ ଚାହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

 କିଛିଦିନ ପୂର୍ବରୁ ନିଯୁକ୍ତି ରାଲିରେ ରାଞ୍ଚିରେ 15 ରୁ ଅଧିକ ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦୋଷୀ କରିଛନ୍ତି ପିଏମ ମୋଦି । ରାଜ୍ୟରେ ବିଜେପି ସରକାର ଗଢ଼ିଲେ ଏନେଇ ସ୍ବତନ୍ତ୍ର ଆଇନ ଅଣାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିଏମ ମୋଦି । ଆଜି ରାଞ୍ଚିରୁ 6 ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି  ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ରାଜ୍ୟବାସୀଙ୍କୁ କରମା ପର୍ବ ଅସବରରେ ଅଭିନନ୍ଦନ ଜଣାଇଥିଲେ ମୋଦି ।
ଅଧିକ ପଢନ୍ତୁ ଭାରତ ଖବର 

ବାଲେଶ୍ବର ବନ୍ୟା
30m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ