2024 ଜାନୁଆରୀ 22 ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା
by Argus News
Sat, Nov 11 | 7:12 a.m.

ଅର୍ଗସ ବ୍ୟୁରୋ:  2024 ଜାନୁଆରୀ 22 ତାରିଖ ଦିନ 12ଟା 30 ମିନିଟରେ ମୃଗଶିରା ନକ୍ଷେତ୍ରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି ଶ୍ରୀ ରାମ ଜନ୍ମଭୁମୀ ତୀର୍ଥ କମିଟିର ସଦସ୍ୟ । 17 ଜାନୁଆରୀରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । 5 ଦିନ ଯାଏ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାରି ରହିବ ।

ସାରା ଦେଶର ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ତିନି ମହଲା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି । ରାମଲାଲାଙ୍କୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା ସମାରୋହରେ ମନ୍ଦିର ପରିସରରେ ପ୍ରବେଶ ପାଇଁ ପ୍ରାୟ 10 ହଜାର ଅତିଥିଙ୍କୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

LANGUAGE LAB
24m ago
ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ
ଅର୍ଗସ ବ୍ୟୁରୋ: ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ । ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାତୃଭାଷାରେ ପାଠ ପଢିବା ସହ ପାଇବ
JAGA MISSION
53m ago
ଜାଗା ମିଶନରେ ଜାଗା ହରେଇବେ ଅଯୋଗ୍ୟ, ଉନ୍ନୟନ ମନ୍ତ୍ରୀଙ୍କ ବୟାନ
ଅର୍ଗସ ବ୍ୟୁରୋ: ଆଉ ଥରେ ହେବ ଜାଗା ମିଶନ ସର୍ଭେ। ଜାଗା ମିଶନରେ ଜାଗା ହରେଇବେ ଅଯୋଗ୍ୟ। ଜାଗା ମିଶନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ ବୟାନ। ପୂର୍ବ ସରକାର ଭୁଲ ପ୍ରକ୍ରିୟାର
DHARMENDRA PRADHAN
JOBS AT YOUR DOORSTEP ରିପୋର୍ଟ ଲଞ୍ଚ କଲେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟ
COW
ଗୋ- ସୁରକ୍ଷା ଓ ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି
ଅର୍ଗସ ବ୍ୟୁରୋ: ଗୋ- ଚାଲାଣ ବନ୍ଦ ପାଇଁ ସରକାରଙ୍କ ବଡ ନିଷ୍ପତି। ଗୋ- ସୁରକ୍ଷା ଓ ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି । ଗୋ ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କା
ଗଣ୍ଡଗୋଳ
ଅଭିନେତା ମନୋଜ ମିଶ୍ର ଓ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମ ମଧ୍ୟରେ ଗଣ୍ଡଗୋଳ
ଅର୍ଗସ ବ୍ୟୁରୋ: ଡିସିପି ଅଫିସ ବାହାରେ ଅଭିନେତା ମନୋଜ ମିଶ୍ର ଓ ଫିଲ୍ମ ନିର୍ଦେଶକ ବବି ଇସଲାମ ମଧ୍ୟରେ ଗଣ୍ଡଗୋଳ। ଆଜି ଡିସିପି ଅଫିସରେ ଉଭୟଙ୍କ ମଧ୍ୟରେ ବୈଠକ ବସିବାର ଥିଲା