୧୦୦ ରେଟିଂ ରୁ ତଳକୁ ଖସିଲେ ମୁଖ୍ୟମନ୍ତ୍ରୀ
by Argus News
Thu, Feb 29 | 3:10 p.m.

ଅର୍ଗସ ବ୍ୟୁରୋ: ଲଗାତାର କମୁଛି ନବୀନଙ୍କ ଲୋକ ପ୍ରିୟତା । ପୂର୍ବରୁ ଯାହା ଯେତିକି ଥିଲା ଏବେ ସେତକ ବି ନାହିଁ । ଏକଥା ଆମେ ନୁହେଁ ବରଂ ସର୍ଭେ ରିପୋର୍ଟ କହିଛି । ସେଇଥି ଲାଗି ତ ରିପୋର୍ଟକୁ ନେଇ ଚିନ୍ତାରେ ବିଜେଡି ଓ ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ । ଇଣ୍ଡିଆନ ଏକ୍ସପ୍ରେସ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂରେ ତଳକୁ ଖସିଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୨ ନମ୍ବର ସ୍ଥାନରେ ଥିବାବେଳେ ଏବେ ୪୭ ନମ୍ବରରେ ପହଁଚିଛନ୍ତି । ଆଉ ରିପୋର୍ଟ ଆସିବା ପରେ ଏବେ ବିଜେଡି ଶିବିରରେ ଛନକା ପଶିଲାଣି ।

ଧର୍ମେନ୍ଦ୍ର ଓ ଅଶ୍ଵିନୀଙ୍କ ବଢୁଛି ଲୋକପ୍ରିୟତା
ବିଜେପି ମୁହାଁ ଭୋଟର

ଗୋଟିଏ ପଟେ ନବୀନଙ୍କ ବ୍ରାଣ୍ଡ ଭ୍ୟାଲୁ କମୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଲୋକପ୍ରିୟତା ବେଶ ବଢିଥିବା କହୁଛି ଏହି ସର୍ଭେ ରିପୋର୍ଟ । ୨୦୨୩ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂରେ  ୫୯ ନମ୍ବରରେ ଥିଲା ବେଳେ ୨୦୨୪ ରେ ବହୁତ ଉପରକୁ ଉଠି ୩୩ ନମ୍ବରରେ ରହିଛନ୍ତି । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ ରେ ଏହି ଲିଷ୍ଟ ର ୧୯ ନମ୍ବରରେ ଥିବା ବେଳେ ୨୦୨୪ ରେ ଉପରକୁ ଉଠି ୧୩ ନମ୍ବରରେ ପହଞ୍ଚିଛନ୍ତି । 

ଏଥର ବି 100 ସବୁଠୁ ଶକ୍ତିଶାଳୀ ଭାରତୀୟ ମଧ୍ୟରେ ଶୀଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ତୃତୀୟରେ ଆରଏସ୍ଏସର ମୁଖ୍ୟ ମୋହନ ଭାଗବତ । ଲିଷ୍ଟର ଚତୁର୍ଥ ସ୍ଥାନରେ ଭାରତର ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼, ପଞ୍ଚମ ସ୍ଥାନରେ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ନାଁ ରହିଛି । ଷଷ୍ଠ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଷ୍ଟମ ସ୍ଥାନରେ ନିର୍ମଳା ସୀତାରମଣ, ନବମ ସ୍ଥାନରେ ଜେପି ନଡ୍ଡା ଓ ଦଶମ ସ୍ଥାନରେ ଗୌତମ ଆଦାନୀ ରହିଛନ୍ତି । ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରଙ୍କ ନାଁ 52 ନମ୍ବରରେ ରହିଛି ।

ଦିନକୁ ଦିନ ମୋଦିଙ୍କ ଲୋକପ୍ରିତୟା ବଢୁଥିବାବେଳେ ନବୀନଙ୍କ ଲୋକପ୍ରିୟତା କମୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ । 24 ବର୍ଷର ସ୍ଥିର ସରକାର । ସବୁବେଳେ ଲୋକାଭିମୁଖୀ ଯୋଜନା କରନ୍ତି କହି ଖୁବ ଡେଣ୍ଡୁରା ପିଟନ୍ତି । ହେଲେ ଲୋକପ୍ରିୟତା କାହିଁକି କମୁଛି । ଆଉ ଦିନ କେଇଟା ପରେ ନିର୍ବାଚନ । ଆଉ ଏହା ପୂର୍ବରୁ ଏହି ରିପୋର୍ଟ କେତେ ପ୍ରଭାବ ପକାଇବ ତାହା ଦେଖିବାର କଥା।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ