ଖଡଗେଙ୍କୁ ଫୋନ୍‌ କଲେ ମୋଦି : ପଚାରିଲେ, ଆପଣଙ୍କ ସ୍ଵାସ୍ଥ୍ୟଅବସ୍ଥା ଏବେ କେମିତି ?
by Argus News
Mon, Sep 30 | 6:50 p.m.

ଅର୍ଗସ ବ୍ୟୁରୋ: ବିରୋଧୀଙ୍କୁ କେମିତି ସମ୍ମାନ ଦିଆଯାଏ ଶିଖିବାର ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ । କାରଣ ଜମ୍ମୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ହେଲେ ହଠାତ୍‌ ସେ ଅସୁସ୍ଥ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଖଡଗେଙ୍କ କଥା ମୋଦିଙ୍କ କାନରେ ପଡ଼ିବା ପରେ ସଙ୍ଗେ ସଙ୍ଗେ ମୋଦି ଖଡଗେଙ୍କୁ ଫୋନ୍‌ କରିଥିଲେ, ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏବେ ବିଧାନସଭା ନିର୍ବାଚନ ହେଉଛି । ନିର୍ବାଚନରେ କେମିତି ବିଜୟ ହେବେ ସେନେଇ ପ୍ରତି ଦଳ ପକ୍ଷରୁ ରଣନୀତି କରାଯାଇଛି, ପ୍ରଚାର ବି କରାଯାଉଛି । ଏହାରି ଭିତରେ ସବୁ ଦଳର ନେତା ନିଜର ନିର୍ବାଚନି ହିସ୍ତାହର ବି ଦେଇଛନ୍ତି ।  ଏହି ଭିତିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କାଶ୍ମୀର ଗସ୍ତ କରିଥିଲେ ଏବଂ ଦଳୀୟ ନେତାଙ୍କ ପାଇଁ ପ୍ରଚାର ବି କରିଥିଲେ । ହେଲେ ପ୍ରଚାର କରିବା ସମୟରେ ହିଁ ସେ ଅସୁସ୍ଥ ହୋଇ ପଡିଲେ ।  ସୂଚନା ଅନୁସାରେ, ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ଜସ୍ରୋତା ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ । ଡାକ୍ତରୀ ସହାୟତା ପାଇ ସୁସ୍ଥ ହେବା ପରେ ଉକ୍ତ ରାଲିକୁ ସମ୍ବୋଧିତ କରି ଖଡଗେ କହିଥିଲେ, କେମିତି କଂଗ୍ରେସ କ୍ଷମତାକୁ ଫେରିବ ତାହାକୁ ଅପେକ୍ଷା ରହିଛି । ଚିକିତ୍ସା ପରେ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । କଥା ହେଲା ଆସନ୍ତାକାଲି ଜମ୍ମୁରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲି ବହୁ ହେଭିୱେଟ୍‌ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ।

କାଶ୍ମୀରକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଖାସ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଜମ୍ମୁ ବିଧାନସଭାରେ ବିଜେପି ଜିତିଲେ ପିଓକେ ଭାରତରେ ହିଁ ମିଶିବ । ଯେହେତୁ ପିଓକେକୁ ନେଇ ବର୍ଷବର୍ଷ ଧରି ବିବାଦ ରହିଛି ତେଣୁ ନିର୍ବାଚନ ରାଲିରେ ଯୋଗୀ ଦେଇଥିବା ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜମ୍ମୁକାଶ୍ମୀରର ରାମଗଡରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଲି କରୁଥିବା ବେଳେ ଯୋଗୀ କହିଥିଲେ, ବିଜେପି କ୍ଷମତାକୁ ଫେରିଲେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଜମ୍ମୁକଶ୍ମୀରର ଏକ ଅଂଶ ହେବ ବୋଲି ଯୋଗୀ କହିଥିଲେ । ଆଉ ଏପଟେ ଗତକାଲି ଖଡଗେଙ୍କ ବୟାନ ବି ବେଶ ଚର୍ଚ୍ଚାରେ ।
 

ବସ୍
10m ago
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ
ସଞ୍ଜୟ ନାୟକ
33m ago
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର
ରାୟଗଡା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବ
ସୁପ୍ରିମକୋର୍ଟ
ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦି