ଟ୍ରମ୍ପଙ୍କ ସହ ମୋଦିଙ୍କ ସମ୍ପର୍କ ଏତେ ନିବିଡ଼ ହେଲା କେମିତି ?
by Argus News
Thu, Nov 07 | 3:05 p.m.

ଅର୍ଗସ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ରେଜଲ୍ଟକୁ ନେଇ ଯେତିକି ଚର୍ଚ୍ଚା ମୋଦି ଓ ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ଟ୍ରମ୍ପ ନିର୍ବାଚନରେ ବିଜୟ ହେବା ପରେ ମୋଦି ନିଜ ଏକ୍ସ ପେଜରେ ଟ୍ଵିଟ କରି ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଭାରତ-ଆମେରିକା ମିଶିକି କାମ କରିବେ ବୋଲି କହିଛନ୍ତି । 

ପ୍ରତି ୪ ବର୍ଷରେ ଥରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୁଏ । ପୂର୍ବ ନିର୍ବାଚନରେ ଟ୍ରମ୍ପ ପ୍ରାର୍ଥୀ ହେବା ପରେ ବି ପରାଜୟ ହୋଇଥିଲେ । ହେଲେ ଏଥର ପ୍ରାର୍ଥୀ ହେବା ସହିତ ନିର୍ବାଚନରେ ବିଜୟ ହୋଇଛନ୍ତି । ଜାନୁଆରୀ ୨୦ ତାରିଖରେ ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ ଟ୍ରମ୍ପ ।  ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମୋଦୀ-ଟ୍ରମ୍ପଙ୍କ ବନ୍ଧୁତା ଚର୍ଚ୍ଚାରେ ରହିଥିଲା । ଉଭୟ ନେତାଙ୍କ କେତେକ ମିଳିତ କାର୍ଯ୍ୟକ୍ରମ ଯଥା ‘ହାଓଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ରେ ସାମିଲ ହେବା ବିଶ୍ବବ୍ୟାପୀ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବା ବେଳେ ଏହି ଘନିଷ୍ଠ ସଂପର୍କ ଭାରତ-ଆମେରିକା ସଂପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା ।  

ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ କୂଟନୈତିକ ସମ୍ପର୍କ ଓ ରଣନୀତିକ ସହ‌ଯୋଗ ପାଇଁ   ଟ୍ରମ୍ପ୍‌ ଓ ମୋଦି ପୂର୍ବରୁ ଅନେକ ଗୁରୁତ୍ଵପୂର୍ଣ୍ଣ  ପଦକ୍ଷେପ ନେଇଛନ୍ତି । ଉଭୟ ନେତା ଆତଙ୍କବାଦ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିବା ସହ ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଧରିଥିବା ରାଷ୍ଟ୍ରମାନଙ୍କୁ କଡ଼ା ସମାଲୋଚନା କରିଥିବା ନଜିର ରହିଛି । ଏବେ ଟେକ୍ନୋଲୋଜି, ପ୍ରତିରକ୍ଷା, ମହାକାଶ ଓ ବିଭିନ୍ନକ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ ପାଇଁ ଏକାଠି କାମ କରିବେ ଦୁଇ ଦେଶ । ସେପଟେ ଭାରତକୁ ଭୁରୀ ପ୍ରଶଂସା କରିଛନ୍ତି ଟ୍ରମ୍ପ  । କହିଛନ୍ତି, ପୂରା ଦୁନିଆ ମୋଦିଙ୍କୁ ଭଲ ପାଏ । ଭାରତ ଏକ ଅଦ୍ଭୁତ ଦେଶ, ମୋଦି ଜଣେ ଅଦ୍ଭୁତ ବ୍ୟକ୍ତିତ୍ୱ ।

ନିର୍ବାଚନରେ ବିଜୟ ହେବା ପରେ ଫ୍ଲୋରିଡା ସ୍ଥିତ ୱେଷ୍ଟ ପାମ ବିଚରେ ପହଞ୍ଚି ଅଭିଭାଷଣ ରଖି କହିଛନ୍ତି, ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ । ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ । ଏହା ଏକ ରାଜନୈତିକ ବିଜୟ । ଏଭଳି ବିଜୟ ଆମେରିକା କେବେ ଦେଖିନାହିଁ । ୪୭ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି । ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ । ଖାଲି ଏତିକି ନୁହେଁ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, 
ମୋର ପ୍ରତି ମୁହୂର୍ତ୍ତ ଆମେରିକା ପାଇଁ ଉତ୍ସର୍ଗ ରହିବ
ଆମେରିକାର ସୀମା ସୁରକ୍ଷିତ ରଖିବୁ 
ଆମେରିକାକୁ ଅନୁପ୍ରବେଶ ବନ୍ଦ ହେବ
ଯୁଦ୍ଧ ବନ୍ଦ ହେବ

କିଛି ଏମିତି ବୟାନ ଦେବା ପରେ ଟ୍ରମ୍ପଙ୍କୁ ନେଇ ଚର୍ଚ୍ଚା ଆହୁରି ବଢିଛି । ଖାଲି ଚର୍ଚ୍ଚା ବଢିଛି ତାହା ନୁହେଁ ବରଂ ଆମେରିକାକୁ ସେ କେତେ ଭଲ ପାଆନ୍ତି ତାହା ବି ସ୍ପଷ୍ଟ ହୋଇଛି । ନିର୍ବାଚନ ହେବା ପୂର୍ବରୁ ପ୍ରେସିଡେଣ୍ଟିଆଲ ଡିବେଟ୍‌ ହୋଇଥିଲା । ଏଥିରେ ଟ୍ରମ୍ପ ସ୍ପଷ୍ଟ ଭାବରେ କହିଥିଲେ କି, ଯଦି ହାରିସ ନିର୍ବାଚନ ବିଜୟ ହେଉଛନ୍ତି ତାହାଲେ ତୃତୀୟ ବିଶ୍ଵଯୁଦ୍ଧ ହେବା ସହିତ କମଲା ଚୀନ ରାଷ୍ଟ୍ରପତି ଓ ଋଷିଆର ରାଷ୍ଟ୍ରପତିଙ୍କ ସହ କେମିତି କଥା ହେବାକୁ ହୁଏ ଜାଣନ୍ତି ନାହିଁ । ଏ ସବୁ ଭିତରେ ନିର୍ବାଚନ ଫଳାଫଳ ଆସିଛି । ଟ୍ରମ୍ପଙ୍କ ସପକ୍ଷରେ ଭୋଟ୍‌ ପଡ଼ିଛି । ଆଗାମୀ ଦିନରେ ଭାରତ ଓ ଆମେରିକା କେଉଁ କେଉଁ ନୀତି ଉପରେ କାମ କରିବେ ତାହା ସମୟ କହିବ ।
 


 

ହ୍ବାଇଟହାଉସ
26m ago
ହ୍ବାଇଟହାଉସରେ ଥାଏ କେଉଁ ସୁବିଧା , ଜାଣନ୍ତୁ ପୁରା ତଥ୍ୟ...
ଅର୍ଗସ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଖୁବଶୀଘ୍ର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ ଡୋନାଲ୍ଡ ଟ୍ରମ୍ଫ । ଏବଂ ପୁଣି ଥରେ ଫେରିବେ ନିଜର ହ୍ବାଇଟହାଉସକୁ । ଆମେରିକା
ହଳଦି ପାଣି
ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ହଳଦି ପାଣି
ଅର୍ଗସ ବ୍ୟୁରୋ: ଖାଦ୍ୟରେ ହଳଦୀ କେବଳ ରଙ୍ଗ କରାଏ ନାହିଁ ତାହାସହ ଏଥିରେ ଔଷଧିୟ ଗୁଣ ଭରପୂର ହୋଇ ରହିଛି । ସ୍ୱାସ୍ଥ୍ୟ ଅବସ୍ଥାର ଚିକିତ୍ସା ପାଇଁ ବ୍ୟବହୃତ ହୋଇଆସୁଛି । କୁହାଯାଏ କ
ଗଞ୍ଜେଇ ଜବତ
ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ,ଏକ କୋଟିର ଗଞ୍ଜେଇ ଜବତ
ଦେବଗଡ:ଏକ କୋଟିର ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ମାଡି ବସିଲା ଏସଟିଏଫ । ଦେବଗଡ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗ୍ରାମ ନିକଟ ଏକ ଷ୍ଟକ ୟାର୍ଡ ଉପରେ STFର ଚଢାଉ ।