ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କୁ  ପୋଲିସର ଦୁର୍ବ୍ୟବହାର
by Argus News
Sun, Apr 07 | 5:11 p.m.

ଭୁବନେଶ୍ୱର : ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କୁ  ପୋଲିସର ଦୁର୍ବ୍ୟବହାର। ସିଂହଦ୍ଵାର ସମ୍ମୁଖରେ ବେଙ୍ଗାଲୋରରୁ ଆସିଥିବା ଜନୈକ ମହିଳା ଭକ୍ତ ଓ ତାଙ୍କ ପରିବାରକୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ। ମହିଳା ଭକ୍ତଙ୍କ କହିବା ଅନୁଯାୟୀ ଅନେକ ସମୟ ଧରି ସେ ଓ ତାଙ୍କ ପରିବାର ଲୋକେ ଲମ୍ବା ଧାଡିରେ ଠିଆ ହୋଇଥିବା ବେଳେ କିଛିଜଣ ଭିଆଇପି ଭକ୍ତ ଦୋଳବେଦୀ ନିକଟରେ ଅଲଗା ଗଳାବାଟ ଦେଇ ଯାଉଥିବା ବେଳେ ଅନେକ ଭକ୍ତ ମାନେ ଚାପି ହୋଇଯାଇଥିଲେ, ଯାହା ଫଳରେ ୧୦ରୁ ଅଧିକ ଭକ୍ତ ତଳେ ପଡିଯାଇଥିଲେ।

ଜନୈକ ମହିଳା ଭକ୍ତ ଏହି ଘଟଣା ବିଷୟରେ ପୋଲିସକୁ ଅବଗତ କରିଥିବା ବେଳେ ଓଲଟା ପୋଲିସ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ଯାହାକୁ ନେଇ ସୁରକ୍ଷାକର୍ମୀ ଓ ମହିଳା ଭକ୍ତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେବେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ନହେଲେ ଆଗକୁ ଏଭଳି ଅନେକ ପରିସ୍ଥିତି ଉପୁଜିବ ବୋଲି ମତ ପ୍ରକାଶ ପାଇଛି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଖଲ୍ଲିକୋଟ ହିଂସା ପାଇଁ
48m ago
ଖଲ୍ଲିକୋଟ ହିଂସା ପାଇଁ ଗଠନ ହେଲା SIT, ଗିରଫ ହେବେ ଫେରାର୍ ଅଭିଯୁକ୍ତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT . ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍
AC
51m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
52m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା