କାମାକ୍ଷାନଗରର କୁଖ୍ୟାତ ଅପରାଧୀକୁ ପୋଲିସର ଏନକାଉଣ୍ଟର
by Argus News
Mon, Apr 29 | 9:02 a.m.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ପୋଲିସର ଏନକାଉଣ୍ଟର।ଢେଙ୍କାନାଳ କାମାକ୍ଷାନଗର ଖୁଣ୍ଟାପଶି ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଛି ଏନକାଉଣ୍ଟର। ଏନ କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ।ସୁବାଷର ଡାହାଣ ଗୋଡ ଆଣ୍ଠୁ ତଳକୁ  ବାଜିଛି ଗୁଳି।ସୁବାଷ ନାଁରେ ପୂର୍ବରୁ ୧୮ଟିରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।ସେଥିରୁ ଦୁଇଟି ହତ୍ୟା ମାମଲା ସହ କିଛି ଚୋରି ଡକାୟତି ରାହାଜାନୀ ଭଳି ଅନ୍ୟ ମାମଲା ରହିଛି। କାମାକ୍ଷାନଗର ଅଞ୍ଚଳରେ କିଙ୍ଗ ଅଫ ଫରେଷ୍ଟ ନାଁରେ ଏକ ଟିମ ଗଢିଥିଲା ସୁବାଷ ଓ ତାର କିଛି ସହଯୋଗୀ।

ଅଧିକ ପଢନ୍ତୁ ଓଡିଶା ଖବର

ଭୋର ସମୟରେ ଖୁଣ୍ଟାପଶି ଜଙ୍ଗଲ ନିକଟରେ ସୁବାଷକୁ ଧରିବାକୁ ଯିବାବେଳେ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା କୁଖ୍ୟାତ ଅପରାଧୀ ।ତା' ଠାରୁ ଏକ ବନ୍ଧୁକ ଜବତ କରିଛି କାମାକ୍ଷାନଗର ପୋଲିସ। ଏଥିସହିତ ଗୁରୁତର ଆହତ ସୁବାଷକୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ