ପୋଲିସର ମନୋବଳ ଦୁର୍ବଳ ହେବା ସହ ଅପରାଧୀଙ୍କୁ ବଳ ମିଳୁଥିଲା: ମୁଖ୍ୟମନ୍ତ୍ରୀ
by Argus News
Tue, Dec 17 | 8:01 a.m.

ଅର୍ଗସ ବ୍ୟୁରୋ:  ପୂର୍ବ ସରକାରରେ ରାଜନୈତିକ ହସ୍ତକ୍ଷେପ ଫଳରେ ପୋଲିସ ନିଜ ଦାୟିତ୍ବ ସମ୍ପାଦନ କରିପାରୁନଥିଲା । ପୋଲିସର ମନୋବଳ ଦୁର୍ବଳ ହେବା ସହ ଅପରାଧୀଙ୍କୁ ବଳ ମିଳୁଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ୬୯ତମ ଷ୍ଟେଟ ପୋଲିସ ଡ୍ୟୁଟି ମିଟ ଉଦଯାପନୀ ସମାରୋହରେ ଯୋଗଦେଇ ପୂର୍ବ ସରକାର ବିରୋଧରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବାରେ ପୋଲିସ ବିଭାଗର ମୁଖ୍ୟ ଭୂମିକା ଥିଲା। ପୋଲିସ ଡିଜି, ଆଇଜି ଜାତୀୟ ସମ୍ମିଳନୀ ହେଉ କିମ୍ବା ନୌସେନା ଦିବସ। ଏହାକୁ ସୁରକ୍ଷା ପ୍ରଦାନ କରି ସଫଳ ଆୟୋଜନ କରିବାରେ ଓଡିଶା  ପୋଲିସର ମୁଖ୍ୟ ଭୂମିକା ଥିଲା।  କନ୍ଦରପୁର ହତ୍ୟାକାଣ୍ଡ ଘଟଣା ସହ ବିଭିନ୍ନ ଅପରାଧିକ ଘଟଣାର ପର୍ଦ୍ଦାଫାଶ ସଫଳତା ସହ କରିଛି ଓଡ଼ିଶା ପୋଲିସ।  ଏବେ ପୋଲିସ ଆଧୁନୀକରଣକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ, ସହ ପାଖାପାଖି ୫ ହଜାର ଗୃହରକ୍ଷୀ ନିଯୁକ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ବୋତଲରେ ମଦ
ଖୁଣ୍ଟାରେ ଯାତ୍ରୀବାହି ବସର ଚାଲାଣ ହେଉଥିଲା ମଦ
ମୟୂରଭଞ୍ଜ: କୋଲ୍ଡଡ୍ରିଙ୍କ୍ସ ବୋତଲରେ ମଦ । ଯାତ୍ରୀବାହି ବସରେ ମଦ ଚାଲାଣ ବେଳେ ପୋଲିସ୍ ହାବୁଡରେ ପଡିଲା ମଦ ବେପାରୀ । ଏହାପରେ ଖୋଲିଛି ପୁରା ମଦ ବେପାରର କଳା କାରନାମା । ବିଳମ୍ବି
ଭିସା
ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ
ଅର୍ଗସ ବ୍ୟୁରୋ : ଋଷିଆ ଏବଂ ଭାରତ ମଧ୍ୟରେ ପୂର୍ବରୁ ହିଁ ଏକ ଭଲ ବନ୍ଧୁତା ରହି ଆସିଛି । ହେଲେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଉଭୟଙ୍କ ସମ୍ପର୍କକୁ ଆହୁରି ନିବି
NCERT
ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଥିବା ବ୍ୟାପକ ପରିବର୍ତ୍ତନର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିତ୍ତିଭୂମି, ଶିକ୍ଷାଦାନ, ଶିକ୍ଷା ପାଇ
AI
ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବ AI
ଅର୍ଗସ ବ୍ୟୁରୋ: ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲ
DIVIDER
ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍, ୭ ଗୁରୁତର
ଅର୍ଗସ ବ୍ୟୁରୋ: ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍ । 7 ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସୁଶବ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼