ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ
by Argus News
Fri, Dec 01 | 8:48 p.m.

ଅର୍ଗସ ବ୍ୟୁରୋ : ବେଙ୍ଗାଲୁରୁରେ ବୋମା ଆତଙ୍କ । ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ । ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି । ପୋଲିସ୍‌ ସହ ଅନ୍ୟ ସୁରକ୍ଷା ଏଜେନ୍ସି ଓ ଡଗ ସ୍କ୍ୱାଡ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସେହିପରି ୪୫ଟି ଯାକ ସ୍କୁଲରୁ ପିଲା ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କୌଣସି ସ୍କୁଲରୁ ବୋମା ରହିଥିବା ଠାବ ହୋଇନଥିଲା । ତଥାପି ଅଭିଭାବକମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଆଜି ସକାଳୁ ପ୍ରଥମେ ୧୫, ପରେ ୨୫ ଓ ଶେଷରେ ୪୫ଟି ସ୍କୁଲର ଇ-ମେଲକୁ ହଠାତ୍‌ ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଖବର ପାଇ ପୋଲିସ୍‌ ତୁରନ୍ତ ସ୍କୁଲଗୁଡ଼ିକରେ ପହଞ୍ଚିଥିଲା । ବୋମା ନିଷ୍କ୍ରିୟକାରୀ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ସର୍ଚ୍ଚ ଅପରେସନରେ ଲାଗିଥିଲେ । ତେବେ ଗୋଟିଏ ସମୟରେ ଏତେ ସଂଖ୍ୟକ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ସମସ୍ତଙ୍କୁ ଚକିତ କରି ଛି। 

ଧମକ ପରେ ତୁରନ୍ତ ସ୍କୁଲରେ ଥିବା ପିଲା ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଖବର ପାଇ ସ୍କୁଲ ବାହାରେ ଅଭିଭାବକମାନେ ମଧ୍ୟ ଭିଡ଼ କରିଥିଲେ । ହ୍ୱାଇଟଫିଲ୍ଡ, କୋରେମଙ୍ଗାଲା, ବାସବେଶନଗର, ୟାଲାହାଙ୍କା ଓ ସଦାସିବନଗରରେ ଥିବା ଘରୋଇ ସ୍କୁଲଗୁଡ଼ିକୁ ବୋମା ବିସ୍ଫୋରଣ ଧମକ ମିଳିଛି ।

MOOD OF VOTERS
1m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା
MODI
26m ago
ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି
ଅର୍ଗସ ବ୍ୟୁରୋ : ପିଏମ୍‌ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳ
WHATSAPP
35m ago
ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବ
ଅର୍ଗସ ବ୍ୟୁରୋ: ହ୍ଵାଟସ୍ଆପ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଅଛି । କମ୍ପାନୀ କହିଛି ଯେ ଆପରେ ସୁରକ୍ଷା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ ଏବଂ ଲିଙ୍କ୍ ହୋଇଥିବ