କୋରେଇ ଅଙ୍କ କେଁ : ଦାସ ପରିବାର ଓ ଘଡେଇ ପରିବାରରେ ବଢୁଛି ବିବାଦ
by Argus News
Sun, Apr 07 | 5:06 p.m.

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢୁଛି କୋରେଇ କେଁ । କାହାକୁ ବିଜେଡି ପ୍ରାର୍ଥୀ କରିବ ? ସେନେଇ ଆଜି ପର୍ଯ୍ୟନ୍ତ ଅଙ୍କ ଛିଣ୍ଡୁନି । କେତେବେଳେ ଅଶୋକ ତ ଆଉ କେତେବେଳେ ଝିଲିକ ପୁଣି କେତେବେଳେ ବବିଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ ୟା ଭିତରେ କୋରେଇ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଘଡ଼େଇ ବନାମ ଦାସ ପରିବାରର ଲିଗାସି ୱାର ।

ରୋଚକ ହେଉଛି କୋରେଇ ପଲିଟିକ୍ସ । ଟିକଟ ପାଇଁ ଏବେଠୁ ତେଜିଲାଣି ଘଡେଇ ବନାମ ଦାସ ଲିଗାସୀ ୱାର। ଜିଲ୍ଲାର ଦୁଇ ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା, କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ? ହେଲେ ଏ ଦ୍ୱନ୍ଦ୍ୱ ଭିତରେ ଜିଲ୍ଲା ବିଜେଡିର ଗୋଟିଏ ଗୋଷ୍ଠୀ ବବି ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ନାଁ ଉଠାଇଲେଣି ତ ଅନ୍ୟ ଏକ ଗୋଷ୍ଠୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ପତ୍ନୀ ତଥା ଓଲିଉଡ଼ ଅଭିନେତ୍ରୀ ଝିଲିକ୍‌ଙ୍କୁ ଟିକେଟ୍ ଦେବାକୁ ଦାବି କଲେଣି । 

ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେବା ପରେ ବି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କୋରେଇ ଆସନରେ ପ୍ରାର୍ଥୀ ହେବାକୁ କାଳେ ମନବଳାଉଛନ୍ତି । ଆଉ ତାଙ୍କ ସମର୍ଥକ ବି କୁଆଡେ ତାଙ୍କୁ ପ୍ରାର୍ଥୀ କରିବାକୁ ଜିଦି କରୁଛନ୍ତି । ହେଲେ ପ୍ରଶ୍ନ,  ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କୋରେଇ ବିଧାନସଭା ଆସନରେ ଲଢ଼ିବାକୁ ଫେରିବେ ? ନାଁ ତାଙ୍କ କୌଣସି ଅନୁଗତଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେବେ ? ସେମିତି ଯଦି ଘଡ଼େଇ ଲିଗାସିକୁ ଗୁରୁତ୍ୱ ଦିଆଯାଏ, ତହାଲେ ଗୋଟିଏ ପରିବାରରୁ କଣ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ଟିକେଟ୍ ମିଳିବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଚିତ୍ର କିନ୍ତୁ ହେଉନି ସ୍ପଷ୍ଟ ।

ଏଠାରେ କହିରଖୁଛୁ କି, ଏକଦା ଚର୍ଚ୍ଚିତ ନେତା ଅଶୋକ ଦାସଙ୍କ ଗଡ଼ ଥିବା କୋରେଇରୁ ୨୦୦୯ରେ ପ୍ରୀତିରଞ୍ଜନ ଘଡ଼ାଇ, ୨୦୧୪ରେ ଆକାଶ ଦାସ ନାୟକ ଓ ୨୦୧୯ରେ ଅଶୋକ ବଳ ବିଜେଡିରୁ ଜିତିଥିଲେ । କିନ୍ତୁ ଏଥର ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍‌ କୋରେଇରେ ବିଜେଡିର ଅଙ୍କ ଛିଣ୍ଡୁନି । ତେବେ ସମୟ କହିବ କେବେ କୋରେଇ ଟିକଟ ହେଉଛି ଘୋଷଣା ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ