ହିମାଚଳ ପ୍ରଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ
by Argus News
Wed, Feb 28 | 7:14 p.m.
  • ହିମାଚଳ ପ୍ରଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ
  • କଂଗ୍ରେସ ଦଳର 6 ଜଣ ବିଧାୟକ କରିଛନ୍ତି ବିଦ୍ରୋହ 
  • ସୂତାଖିଅରେ ଝୁଲୁଛି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଆସନ

ଅର୍ଗସ ବ୍ୟୁରୋ:  ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ । କଂଗ୍ରେସ ଦଳର ୬ ଜଣ ବିଧାୟକ ପାଲଟିଛନ୍ତି ବିଦ୍ରୋହୀ। ଦଳ ବିରୋଧରେ ଯାଇ ସେମାନେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ରାଜ୍ୟ କଂଗ୍ରେସରେ ବିଦ୍ରୋହ ପରେ ବିଧାନସଭା ଦଳର ନେତା ଜୟରାମ ଠାକୁର ଲଗାତର ଭାବରେ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ସଂଖ୍ୟା ଗରିଷ୍ଠତା ପରୀକ୍ଷା କରିବାକୁ ଦାବି କରି ଆସୁଛନ୍ତି। ତେବେ ବଜେଟ୍ ପୂର୍ବରୁ ଗୃହରେ ହଙ୍ଗାମା ଏବଂ ସ୍ଲୋଗାନ ଦେବା ନେଇ ବୁଧବାର ବାଚସ୍ପତି ଠାକୁରଙ୍କ ସମେତ ୧୫ଜଣ ବିଜେପି ବିଧାୟକଙ୍କୁ ସମଗ୍ର ଅଧିବେଶନ ପାଇଁ ଗୃହରୁ ବହିଷ୍କାର କରିଥିଲେ। ଏହାକୁ ନେଇ ବିଧାନସଭାରେ ଆଜି ଜୋରଦାର ହୋ-ହଲ୍ଲା ଦେଖିବାକୁ ମିଳିଥିଲା।

ଏତିକିରେ ଶେଷ ହୋଇନି ସୁଖୁଙ୍କ ସମସ୍ୟା। କଂଗ୍ରେସ ସରକାରରେ ସାମିଲ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ସାଂଘାତିକ ଅଭିଯୋଗ ଆଣି ନିଜ ମନ୍ତ୍ରୀ ପଦରୁ ଦେଇଛନ୍ତି ଇସ୍ତଫା। ଏକ ସାମ୍ବାଦିକ ସମ୍ମିଳନୀ ବିକ୍ରମାଦିତ୍ୟ ସିଂହ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣିଛନ୍ତି। ତେବେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡି.କେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଛି। ସେପଟେ ବିଦ୍ରୋହ ଓ ଅଭିଯୋଗ ସତ୍ତ୍ବେ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ।

ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୬ଜଣ କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଭୋଟ ଦେଇଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ଦଳର ଶୀର୍ଷ ନେତୃତ୍ୱ ସକ୍ରୀୟ ହୋଇ ପଡିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ କାର୍ଯ୍ୟ ଶୈଳୀରେ ଏହି ୬ ଜଣ ବିଧାୟକ ନିରାଶ ହୋଇ ତାଙ୍କୁ ହଟାଇବାକୁ ଦାବି କରୁଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ