ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ
by Argus News
Wed, Jun 05 | 1:02 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ମିଶନ ଓଭର୍ ଚାପ୍ଟର କ୍ଲୋଜ । ଜନତା ହିଁ ଜନାର୍ଦ୍ଦନ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ସୁନାମି ଆସିଛି, ପରିବର୍ତ୍ତନ ହୋଇଛି । ଆଗାମୀ ଦିନ ସରକାର ଲୋକଙ୍କ ସରକାର ହେବ । ଲୋକ କହୁଥିଲେ କେବେ ଲେଖା ଛିଡି଼ବ । ଏବେ ଲେଖା ଛିଡ଼ିଲା ।କ୍ରିତଦାସ ଦାଶତ୍ବରୁ ଲୋକ ମୁକ୍ତି ପାଇଲେ । ଗଞ୍ଜାମରେ ବିଜେଡି ଆଉ ବିଜେଡି ଦୁର୍ଗା ନାହିଁ । ଯେଉଁ ଦଳରେ ନୀତି ନାହିଁ ତାହା କେବେ ତିଷ୍ଠିବନି । ପ୍ରଧାନମନ୍ତ୍ରୀ ଅନୁମତି ଦେଲେ ଥରେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖାକରିବି ।

ମନ ଭିତରେ ମିଲିଅନ୍ ଡଲର ପ୍ରଶ୍ନ ଅଛି ପଚାରିବି । ଓଡିଶାରେ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ସହାୟକ ହୋଇଛନ୍ତି। ନିଜ ଶେଷ ସମୟରେ ଏଭଳି ପରାଜୟ କାହିଁକି ହେଲା ନବୀନ ନିଜେ ତର୍ଜମା କରନ୍ତୁ । 2019ରେ ମତେ ଜନବିରୋଧୀ କହିଥିଲା ବିଜେଡି । ଆଣ୍ଟି ପିପୁଲର ଡେଫିନେସନ କଣ ଆଜି ଲୋକ ଜଣେଇ ଦେଲେ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା