କଣ ହେବ ? : କାର୍ଯ୍ୟାଦେଶ ଜଣଙ୍କ ନାଁରେ, ଟଙ୍କା ଯାଉଛି ଆଉ ଜଣଙ୍କୁ
by Argus News
Thu, Apr 11 | 3:18 p.m.

ପିଏମ ଆବାସ ଯୋଜନାରେ ବଡ଼ କେଳଙ୍କାରୀ
କାର୍ଯ୍ୟାଦେଶ ଜଣଙ୍କ ନାଁରେ, ଟଙ୍କା ଯାଉଛି ଆଉ ଜଣଙ୍କୁ
ଏମିତି ସ୍ଥିତିରେ ହେବ କଣ ?
 

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅମୃତମଣୋହି ଗାଁର ରସ୍ମିତା ମଲ୍ଲିକ । ଘର ଅବସ୍ଥା ଦେଖିଲେ ସବୁ କିଛି ବୁଝାପଡିବ । କାରଣ ୨୫ ବର୍ଷର ରାଜ୍ୟ ସରକାରଙ୍କ ସଫଳତା ଏ ଘର ହିଁ ବଖାଣୁଛି । କଥା ହେଲା,  ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଗତ ୨୦୨୩ ମସିହା ଜୁନ୍ ମାସ ୧୯ ତାରିଖ ଦିନ କର୍ଯ୍ୟାଦେଶ ପଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ କିସ୍ତି ବାବଦକୁ ଛଡ଼ା ଯାଇଥିଲା ୪୦ ହଜାର ଟଙ୍କା ହିତାଧିକାରିଣୀଙ୍କ ଜମା ଖାତାକୁ ଯିବା ପରିବର୍ତ୍ତେ ସମାନ ନାମ ଥିବା ଅନ୍ୟ କଣଙ୍କ ଜମାଖାତାକୁ ଟଙ୍କା ଯାଇଥିବାର ଜାଣିବାକୁ ପାଇଥିଲେ । ହେଲେ ଘର ପାଇଁ ସବୁ କିଣିବା ପରେ ଏବେ ଏମିତି କାଣ୍ଡ ହୋଇଥିବାରୁ ରାତିରେ ତାଙ୍କୁ ନିଦ ବି ହେଉନି । 

ଖାଲି ରଶ୍ମିତା କାହିଁକି ? ଶାନ୍ତିପଡ଼ା ଗାଁର ସୌଭାଗ୍ୟ ସାମଲ ।  ଘରଟିଏ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରି ପାଇଛନ୍ତି କାର୍ଯ୍ୟାଦେଶ । ହେଲେ ଜମା ଖାତାକୁ ଆସିନି ଟଙ୍କା । ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇ ୯ ମାସ ପରେ ଜାଣିବାକୁ ପାଇଲେ ସିଧବାଲି ଗ୍ରାମର ସୌଭାଗ୍ୟ ଦାସଙ୍କ ଜମଖାତାକୁ ଯାଇଛି ଟଙ୍କା । ବିଚରା ଘର ଖଣ୍ଡେ କରିନପାରି ରୋଗରେ ପିଡିତ ପୁଅ ଓ ଭଙ୍ଗାଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ।

 

ଘର ଖଣ୍ଡିଏ ଲାଗି ସ୍ଥାନୀୟ ଜନ ପ୍ରତିନିଧି ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ବାରମ୍ବାର ଆପତ୍ତି କରି ଆସୁଥିଲେ ମଧ୍ୟ ଫଳଶୂନ । ଘରଖଣ୍ଡେ କରିବାକୁ ଟଙ୍କା ପାଇବାର ଆଶା ଦିନକୁଦିନ ମଉଳି ଯାଉଛି ସୌଭାଗ୍ୟଙ୍କର । ବ୍ଲକ ପ୍ରଶାସନ କରିଥିବା ଏଭଳି ତ୍ରୁଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏ ଘଟଣାକୁ ନେଇ କେତେଦିନ ପରେ ବ୍ଲକ ପ୍ରଶାସନର ତ୍ରୁଟିକୁ ସମାଧାନ କରାଇବେ ଓ ହିତାଧିକାରୀଙ୍କ ଜମା ଖାତାକୁ ଟଙ୍କା ଆସିବ ତାହା ସମୟ କହିବ ।
 

AC
2m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
3m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା
ମଦ
7m ago
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ
କେନ୍ଦୁଝର: ପୋଲିସ ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚ