ଅର୍ଗସ ବ୍ୟୁରୋ: ପୁଣି ଘନେଇଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ୩୩ ମାସ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ । ଏଥିରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଥମଥର ପାଇଁ ବିଶ୍ବ ଇତିହାସରେ ଏଭଳି ବଡ ଆକ୍ରମଣ ହୋଇଛି । ପ୍ରାୟ ୬୦ବର୍ଷ ତଳେ ବାଲିଷ୍ଟିକ୍ ମିସାଇଲ୍ ତିଆରି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦେଶ ଏହାକୁ ବ୍ୟବହାର କରି ନଥିଲେ । ୟୁକ୍ରେନ୍ ବିପକ୍ଷରେ ରୁଷିଆ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିବା ସହ ସେଠାକାର ଗୁରୁତ୍ବପୂର୍ଣ୍ଣ ବିଲଡିଂକୁ ମଧ୍ୟ ଟାର୍ଗେଟ୍ କରିଛି ।
ଗତକାଲି ଆମେରିକା ଓ ୟୁନାଇଟେଡ୍ କିଙ୍ଗଡମ୍ ୟୁକ୍ରେନକୁ ସମର୍ଥନ କରିବା ସହ ରୁଷିଆ ଉପରେ ପୁଣି ଆକ୍ରମଣ କରିବାକୁ କହିଥିଲେ । ବାଲିଷ୍ଟିକ୍ ମିଶାଇଲ ବା ICBM ହେଉଛି ଏଭଳି ଅସ୍ତ୍ର ଯାହା ପାରମ୍ପରିକ ଯୁଦ୍ଧାସ୍ତ୍ର ସହ ପରମାଣୁ ଯୁଦ୍ଧାସ୍ତ୍ର ବହନର ମଧ୍ୟ କ୍ଷମତା ରଖେ । ତା’ ସହ ରସାୟନିକ ଓ ଜୈବିକ ଯୁଦ୍ଧ ଅସ୍ତ୍ର ପରିବହନ କରିପାରିବ I ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର ୫୦୦ କିଲୋମିଟରରୁ ଅଧିକ । ଏଭଳି ମିଜାଇଲକୁ ରୁଷ ପ୍ରଥମ ଥର ପାଇଁ ନିକ୍ଷେପ କରିଥିବା ଅଭିଯୋଗ କରିଛି ୟୁକ୍ରେନ୍ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: