କୁସ୍ତି ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ କଟକର ପ୍ରମୋଦ ମୁଖୀ
by Argus News
Thu, Feb 29 | 7:26 p.m.

ଅର୍ଗସ ବ୍ୟୁରୋ: ସର୍ବ ଭାରତୀୟ ସ୍ତରର ବାହୁ କୁସ୍ତି ଚାମ୍ପିଅନସିପରେ ଓଡ଼ିଶା ପାଇଁ ଗର୍ବ ଆଣିଲେ କଟକର ପ୍ରମୋଦ ମୁଖୀ। ଚଳିତ ବର୍ଷ ଫେବୃଆରୀ ମାସ ୨୪ ତାରିଖରେ ମୁମ୍ବାଇର ଇଣ୍ଡିଆ ଗେଟ ସମ୍ମୁଖରେ ହୋଇଥିବା ଅଲ୍ ଇଣ୍ଡିଆ ହେଭି ୱେଟ ଆର୍ମ ରେଷ୍ଟଲିଂ ଚାମ୍ପିୟନସିପରେ ପ୍ରମୋଦ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ନିଜସ୍ଵ ପ୍ରଚେଷ୍ଟା, ନିଜସ୍ଵ ଖର୍ଚ୍ଚରେ ସେ ରାଜ୍ୟ ପାଇଁ ଏହି ଗର୍ବ ଆଣିଛନ୍ତି। ଏସିଆ ମହାଦେଶର କୋଣ ଅନୁକୋଣରୁ ଆସିଥିବା ବାହୁ କୁସ୍ତି ଖେଳାଳିଙ୍କୁ ୮୦ କେଜିରୁ ଉର୍ଦ୍ଧ୍ବ ବର୍ଗରେ ପରାସ୍ତ କରି ପ୍ରମୋଦ ଏହି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। 

ଆଗାମୀ ସମୟରେ ଏସିଆନ ଚାମ୍ପିଅନସିପରେ ଭାଗ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ହେଲେ ସରକାରୀ ସ୍ତରରୁ କୌଣସି ପ୍ରୋତ୍ସାହନ କିମ୍ବା ସହଯୋଗ ନମିଳିବା କାରଣରୁ ତାଙ୍କର ଏହି ସ୍ବପ୍ନ ଅଧୁରା ହୋଇ ରହିଯାଉଛି। ତେବେ ତାଙ୍କର ଏହି ଗୋଲ୍ଡ ମେଡାଲ ଯାତ୍ରା କିପରି ଥିଲା। କେମିତି ସେ ରାଜ୍ୟ ପାଇଁ ଗୌରବ ଆଣିଲେ। ଏ ନେଇ ଆର୍ମ ରେଷ୍ଟଲର ପ୍ରମୋଦ ମୁଖୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ବ୍ୟୁରୋ ଚିଫ ଇମରାନ ଖାନ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ