ଅଡୁଆରେ ପ୍ରଣବ ପ୍ରକାଶ, ବବିଙ୍କୁ ଜବାବ ମାଗିଲେ ମା' ଭଉଣୀ
by Argus News
Wed, Apr 24 | 8:57 p.m.

ଅର୍ଗସ ବ୍ୟୁରୋ: କେମିତି ବିରୋଧର ଶିକାର ହୋଇଛନ୍ତି ସମ୍ବଲପୁର ବିଜେଡିର ଲୋକସଭା ପ୍ରାର୍ଥୀ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି ଦାସ । ବବିଙ୍କୁ ଦେବଗଡ ଅଞ୍ଚଳର ମା, ଭଉଣୀ ହିସାବ ମାଗିଛନ୍ତି । ଆଉ 24 ବର୍ଷ ସରକାରରେ ରହିବା ପରେ ଆମକୁ କାହିଁକି ଘର, ପାଣି, ପଟ୍ଟା ମିଳିଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏ ଘଟଣା ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ଅଞ୍ଚଳର । ସଭାରେ ଯୋଗଦେଇଥିଲେ ବବି ଦାସ । ହେଲେ ବବିଙ୍କ ସଭାକୁ ଲୋକ ଆସିଲେନି । ଦେଖନ୍ତୁ କେମିତି ସଭାସ୍ଥଳରେ ପଡିଛି ଖାଲି ଚେୟାର । ଆଉ ସଭାକୁ ତୁରନ୍ତ ସାରି ବବି ଦାସ ମଞ୍ଚରୁ ଗଲାବେଳେ ବବିଙ୍କୁ ଘେରିଗଲେ ମହିଳା । ଆଉ ମାଗିଲେ ଜବାବ।

 ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ଆଉ ଏଠି ବବିଙ୍କ ସଭାରେ ଯୋଗଦେବାପାଇଁ କେମିତି ଲୋକଙ୍କୁ ବିପଦଜନକ ଭାବେ ଟ୍ରକ୍ ଓ ଡାଲା ଅଟୋରେ ବୁହାଯାଉଛି । କେବଳ ଲୋକ ବୁହାଯାଇନି ବରଂ ସଭାକୁ ଆସୁଥିବା ଲୋକଙ୍କୁ ଖୁଲମଖୁଲା ଟଙ୍କା ବଣ୍ଟାଯାଉଛି । ବିଜେଡି ପକ୍ଷରୁ ଚାଲିଥିବା ଏପରି ଖୁଲମଖୁଲା କାର୍ଯ୍ୟ ଉପରେ ଆକ୍ସନ ନେବେ ତ ନିର୍ବାଚନ କମିଶନ ଏହାକୁ ନେଇ ଉଠିଛି ପ୍ରଶ୍ନ । କେବଳ ଦେବଗଡ , ଛେଣ୍ଡିପଦା ନୁହେଁ  କୁଚିଣ୍ଡାରେ ମଧ୍ୟ ସମାନ ସ୍ଥିତି । କୁଚିଣ୍ଡା ବାମରାରେ ବବିଙ୍କ ସଭାକୁ ଆସିଲେନି ଲୋକେ । ଆଉ ଏଠି ବି ଚେୟାର ଖାଲି । ସେପଟେ ବବି ଓ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ 17 ପଞ୍ଚାୟତ ବାସୀଙ୍କ ଜୋରଦାର ବିରୋଧ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଜୋର ଧରିଲା ଦାବି । ବିକାଶ ଓ ରୂପାନ୍ତରଣର ବାହାସ୍ପୋଟ ମାରୁଥିବା ବିଜେଡିକୁ ଓ ବିଜେଡି ପ୍ରାର୍ଥୀଙ୍କୁ ସବୁଆଡେ ବିରୋଧ । ଆଉ ଲୋକଙ୍କ ପ୍ରଶ୍ନ 24 ବର୍ଷରେ କରିଛ କଣ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାସ୍ତାରୋକ
now
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର